ଜଙ୍ଗଲ ଜମିରେ କୁକୁଡ଼ା ଫାର୍ମ , ଅଭିଯୋଗ ଆଣିଲା କେପିଟି ବନସୁରକ୍ଷା ସମିତି ।

ବେଲଗୁଣ୍ଠା,୨୯/୧୧(ପିପିଟି):ଜଙ୍ଗଲ ଜମି ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । ସାମାନ୍ୟ ସୁଯୋଗ ପାଇଲେ ସରକାରୀ ଜାଗା ହେଉ ବା ଜଙ୍ଗଲ ଜମି ହାତେଇ ନେଉଛନ୍ତି ।ପରମୁହୂର୍ତରେ କିଛି ସରକାରୀ ବାବୁଙ୍କୁ ମୋଟା ଅଙ୍କ ର ଟଙ୍କା ଦେଇ ନିଜ ନାଁ ରେ କରିନେଉଛନ୍ତି ପଟା । ଏଭଳି ଅଭିଯୋଗ ଆସିଛି ଜଗନ୍ନାଥପ୍ରସାଦ ବ୍ଲକ ବିଭିନ୍ନ ଗ୍ରାମରୁ । ଜଙ୍ଗଲକୁ ସୁରକ୍ଷା ଦେବା ଦାୟିତ୍ୱ ନେଇଥିବା ବନସୁରକ୍ଷା ସମିତି ଆଜି ଏକାଠି ହୋଇ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରିଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ଗ୍ରାମ୍ୟ ଜଙ୍ଗଲ ଜମିରେ ଜଣେ ବ୍ୟକ୍ତି କିଛି ସ୍ଥାନ ନିଜ ଅକ୍ତିଆର କୁ ନେଇ କୁକୁଡ଼ା ଫାର୍ମ କରିବା ନେଇ ଅଭିଯୋଗ କରିବା ସହ ଏହାରି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
କେପିଟି ମୌଜା ର ଖାତା ନଂ 272 ର 535 ଓ538 ନଂପ୍ଲଟ ୧୭ ଏକର ୩୮୫ ଡେସିମିଲି ଜାଗା ର କିଛି ଅଂଶ ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରି କୁକୁଡ଼ା ଫାର୍ମ କରିଛନ୍ତି । ୨୦୦୫ ମସିହାରୁ ବନସୁରକ୍ଷା ସମିତି ଏହି ସ୍ଥାନରେ ବୃକ୍ଷରାପଣ କରିଥଲା । ଏହା ଗ୍ରାମଜଙ୍ଗଲ କିସମ ଅଟେ । ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରିବା ସହ ଉକ୍ତ ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଅପରାହ୍ନ ତିନିଟା ସମୟରେ ବନସୁରକ୍ଷା ସମିତିର ସଦସ୍ୟ ମାନେ ଏକାଠି ହୋଇ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀଙ୍କୁ ପତ୍ର ପ୍ରେରଣ କରିଛନ୍ତି । ଏହି ବୈଠକରେ କବିରାଜ ପ୍ରଧାନ, ବିରାଜିନି ପାତ୍ର, କେଳା ନାୟକ ଫରେଷ୍ଟର ଦିଲ୍ଲୀପ କୁମାର ଦାସ, ଫରେଷ୍ଟ ଗାର୍ଡ ସରସ୍ୱତୀ ମଲ୍ଲିକ, ଙ୍କ ସମେତ ଅନେକ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment