ଆମ ଧର୍ମୀୟ ଭାବନାରେ ଧର୍ମର ମାସ କାର୍ତ୍ତିକ ମାସ।

ବୋଲଗଡ,୧୪/୧୧(ପିପିଟି):ବାର ମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ମହାମାସ ଏବଂ ଏହି ମାସରେ ପୂଣ୍ୟ ଆଶିଷ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ କରାଯାଏ । ଏହାର ପ୍ରମାଣ ସ୍କନ୍ଦ ପୁରାଣରେ ଦେଇଛନ୍ତିସ୍ୱୟଂ ଭଗବାନ ।ଏହି ମାସରେ ଆକାଶ ଦୀପ ଲଗାଯାଏ ଏବଂ ଦୀପ ଦାନ କରାଯାଏ । ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ଭଜନ କୀର୍ତ୍ତନ ଶ୍ରବଣ କଲେ ସମସ୍ତ ପାପ ଖଣ୍ଡନ ହୁଏ ।କାର୍ତ୍ତିକ ମାସରେ ଆମିଷ ଖାଦ୍ୟ ସମ୍ପୂର୍ଣ୍ଣ ନିଷେଧ ହେବାର ବୈଜ୍ଞାନିକ କାରଣ ରହିଛି ପିଆଜ, ରସୁଣ, ଛତୁ, ମୂଳା, ଗାଜର, ଲାଉ, କାଙ୍କଡ଼, ବନ୍ଧାକୋବି,ମସୁର, କୋଳଥ, ହରଡ଼ ଡାଲି ଖାଦ୍ୟରେ ଗ୍ରହଣ କରିବା ନିଷିଦ୍ଧ ।ସାତ୍ତ୍ୱିକ ଆହାର ଖାଇବା ଦ୍ୱାରା ଶରୀରର ରୋଗ ଦୂର ହୁଏ ଓ ଶରୀର ସୁସ୍ଥ ରହଥାଏ। ।ଉକ୍ତ ମାସରେ ଆଚାର ବ୍ୟବହାରରେ ଶୃଙ୍ଖଳା ରଖିବାକୁହୁଏ। ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଏହି ମାସରେ ହୋଇଥାଏ। ବହୁ ପର୍ବତଥା ଅମାବାସ୍ୟାରେ କାଳୀ ପୂଜା,ଦୀପାବଳୀରେ ଆଲୋକ ସଜ୍ଜା, ପୟା ଶ୍ରାଦ୍ଧ, ଅଁଳା ନବମୀରେରାଧା ପାଦ ଦର୍ଶନ,ଶୁକ୍ଳ ଚତୁର୍ଦ୍ଦଶୀରେ ବଡ ଓଷା ପଡେ। ଚଉରା ମୂଳକୁ ମୁରୁଜରେ ସଜାଇ ପୂଜା କରାଯାଏ ।ପୁରୀ ଶ୍ରୀମନ୍ଦିରରେ ହବିଷ୍ୟାଳୀ ମାନଙ୍କ ଭିଡ଼ ଜମିଥାଏ ।ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି କାର୍ତ୍ତିକ ମାସର ମହାତ୍ମ୍ୟ ଗୀତ ମାଧ୍ୟମରେବୋଲନ୍ତି।କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଯୋଗ ନିଦ୍ରାରୁ ବିଷ୍ଣୁ ଉଠନ୍ତି ।ଦ୍ୱାଦଶୀରେ ଗରୁଡ଼ ନିଦ୍ରାରୁ ଉଠନ୍ତି। ଚତୁର୍ଦ୍ଦଶୀରେ ଭଗବାନ ଶଙ୍କର ନିଦରୁ ଉଠନ୍ତି, ରାସ ପୁର୍ଣିମାରେ ଠାକୁର ରାଜାରାଜେଶ୍ଵର ବେଶ ଧାରଣ କରନ୍ତି। ଉକ୍ତ ବେଶକୁସୁନାବେଶ କୁହନ୍ତି। ସୁନାବେଶକୁ ଦର୍ଶନ କରିଥିବା ବ୍ୟକ୍ତିଙ୍କୁ ବହୁ ପୂଣ୍ୟମିଳିଥାଏ। କଦଳୀ ପଟୁକା ଓ ସୋଲରେ ଡଙ୍ଗା ତିଆର କରି ଯୁବକ ଯୁବତୀ କିଶୋର କିଶୋରୀ ଜଳରେ ଭସାନ୍ତି ଯାହାକି ପୂର୍ବ କାଳର ସାଧବ ପୁଅମାନଙ୍କ କାହାଣୀକୁ ମନେ ପକାଇଦିଏ ।ଅତୀତରେ ଓଡ଼ିଆ ସାଧବ ପୁଅମାନେ ବୋଇତରେ ବସି ସାତ ସମୁଦ୍ର ତେର ନଈ ଅତିକ୍ରମ କରି ଜାଭା, ସୁମାତ୍ରା, ସିଂହଳ ଆଦି ସୁଦୂର ସ୍ଥାନକୁ ଯାଇ ଅମାପ ଧନ ସମ୍ପଦ ଆଣୁଥିଲେ। ଫଳରେ ଉତ୍କଳ ଧନଶାଳୀ ହେଉଥିଲା। କାର୍ତ୍ତିକରେ ପ୍ରଭାତ ସ୍ନାନ ତୀର୍ଥ ସ୍ନାନ ସଙ୍ଗେ ସମାନ। ସନ୍ଧ୍ୟାରେ ଦୀପ ଦାନ କଲେ ବହୁତପୂଣ୍ୟ ମିଳେ। ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ଯାଏଁ ମାସକର ପୂଣ୍ୟ ମିଳେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment