ସୁବର୍ଣପୁର ଜିଲ୍ଲାରେ ଆସନ୍ନ ମରୁଡି,ତତ୍ପର ହୁଅନ୍ତୁ ଜିଲ୍ଲାପାଳ ।

ସୁବର୍ଣ୍ଣପୁର ,୧୯/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ରେ ଆଜି ଉତ୍କଟ ଜଳ ସମସ୍ୟା । ଜିଲ୍ଲାର ଚାରିପଟେ ନଦୀ, ନାଳ ଥିଲେ ମଧ୍ୟ ଜିଲ୍ଲା ବାସୀ ଉତ୍କଟ ଜଳ ସମସ୍ୟାରୁ ମୁକ୍ତି ପାଇପାରୁନାହାନ୍ତି l ପାର୍ବତୀ ଗିରି ମେଗା ପ୍ରକଳ୍ପ ର ଅଚଳାବସ୍ଥା ଓ ଇନ୍ସୁରାନ୍ସ କମ୍ପାନୀ ର ନିଷ୍କ୍ରିୟତା ଆଦି କୁ ନେଇ ନବନିର୍ମାଣ କୃଷକ ସଂଗଠନ ର ସଦସ୍ୟ ମାନେ ଚାଷୀ ନେତ୍ରୀ ସୋନାଲି ବିଶି ଙ୍କ ନେତୃତ୍ୱ ରେ ଆଜି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ପ୍ରଥମେ ସଂଗଠନ ତରଫରୁ ସୋନପୁର ବ୍ଲକ ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି ଠାରେ ରାସ୍ତା ରୋକ କରାଯାଇଥିଲା । ସେହି ସବୁ ସମସ୍ୟା ରେ ଜିଲ୍ଲାପାଳ ଙ୍କ କଣ କାର୍ଯ୍ୟ ରହିବ ବୋଲି ପଚାରିବାରୁ ଜିଲ୍ଲାପାଳ ପ୍ରଥମେ ଭିଡିଓ ବନ୍ଦ କରିବା ପାଇଁ କହିଥିଲେ । ଏ କଥା ଚାଷୀ ଲାଇଭ ଦେଖିବେ ବୋଲି କହିବାରୁ କିଛି ବୁଝି ନ ଥିଲେ ଜିଲ୍ଲାପାଳ । ଏଥର ଧାନ ମରିବା ଉପରେ ଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଫଳ ରୂପାୟନ ପାଇଁ ବୀମା କମ୍ପାନୀ ଓ ଚାଷୀ ସଂଗଠନ ମାନଂକ ଏକ ବୈଠକ କରିବା ପାଇଁ କହିବାରୁ କିଛି ଆଖି ଦୃଶିଆ ପ୍ରତିକ୍ରିୟା ଦେଲେ ନାହିଁ ଜିଲ୍ଲାପାଳ। ଜଳସେଚନ ର ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଏହା ନ ହେଲେ ନଷ୍ଟ ହୋଇଥିବା ଧାନ ସବୁ ଜିଲ୍ଲାପାଳ ଅଫିସ୍ ରେ ଗଦା ହେବ ବୋଲି ନବନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ କହିଛନ୍ତି। କେଉଁ କେଉଁ ପଞ୍ଚାୟତ ରେ ସମସ୍ୟା ହେଉଛି ଜଣାଅ ବୋଲି ଜିଲ୍ଲାପାଳ କହିଛନ୍ତି। କିନ୍ତୁ ଏତେ ସରକାରୀକଳ କଣ ପାଇଁ ଓ ଏହାର ସର୍ଭେ କାହାର କାମ ବୋଲି ରାଜ୍ୟ ସହ ସଂଯୋଜିକା ସୋନାଲି ବିଶି ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟରେ ତତ୍ପର ହୁଅନ୍ତୁ। ଡି ଏଲ୍ ପି ସି ମିଟିଂ କୁ ଚାଷୀ ସଂଗଠନ ମାନଙ୍କୁ ଡାକିବା ପାଇଁ ତାଗିଦ୍ କରାଯାଉଛି। କୃଷି ଅଧିକାରୀ, ଜଳସେଚନ ଅଧିକାରୀ ମାନେ ଏ ନେଇ ତତ୍ପର ହୁଅନ୍ତୁ ନ ହେଲେ ଆନ୍ଦୋଳନ ଜୋରଦାର ହେବ । ଟାଟା ପାୱାର ଏ ଖରାପ ସମୟ ରେ ଅଧିକ ବିଲ୍ ନେଇ ବିଦ୍ୟୁତ୍ କାଟିଲେ ପରିସ୍ଥିତି ଭୟାବହ ହେବ। ଗାଁର ପୋଖରୀ ଗୁଡିକ ମିଶନ ଶକ୍ତି ମହିଳା ମାନେ ଠିକା ନେଇ ଚାଷୀ ମାନଙ୍କୁ ପାଣି ନ ଦେବା କଥା ସଂଗଠନ ଅବଗତ କରାଇଛି। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଭରସାଯୋଗ୍ୟ ଲାଗୁନାହିଁ। ସେ କେତେ ତତ୍ପର କାମ କରି ଦେଖାନ୍ତୁ ବୋଲି ସଂଗଠନ କହିଛି। ଏହି ବୈଠକ ରେ ଯୁବ ନେତୃବୃନ୍ଦ ପ୍ରଭାତ ମିଶ୍ର, ଶ୍ରୀକାନ୍ତ ସାହୁ, ଶୁଭମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment