ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ; ଜଣେ ଗିରଫ ।

ଭଞ୍ଜନଗର, ୧୯/୧୦(ପିପିଟି):ବିଶେଷ କରି ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ଓ ଚୋରା ମଦ କାରବାର ବହୁଳ ଭାବରେ ହୋଇଥାଏ।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଛି।ଭଞ୍ଜନଗର ପୋଲିସ ଶୁକ୍ରବାର ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏହି ଥାନା ଅଧିନ ମୁଜାଗଡ଼ ମେନ ରୋଡ଼ରେ ରହୁଥିବା  ତପନ କୁମାର ଗୌଡ଼ଙ୍କ ଘରେ ଅଚାନକ ଚଢ଼ାଉ କରିଥିଲା।ସେଠାରୁ ୧୦ଟି ପେଟିରେ ଥିବା ୧୨୧,୧୬୦ଲିଟର ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଚୋରା ବିଦେଶୀ ମଦ ଜବତ କରିଥିଲା।ଏହି ଘଟଣାରେ ପୋଲିସ ଭଞ୍ଜନଗର ଥାନା କେସ ନଂ ୯୬୩/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତପନକୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment