ବାପା ସାଜିଲା ଯମ : ୫ବର୍ଷର ଝିଅକୁ ଛୁରୀରେ ଭୁସିହତ୍ୟା ।

ମାଲକାନଗିରି ,୧୬/୧୦(ପିପିଟି) :ବାପା ସାଜିଲା କଳ ଯମ । ଦ୍ଵିତୀୟ ପତ୍ନୀର ପ୍ରରୋଚନାରେ ପଡି ନିଜ ୫ବର୍ଷର ଶିଶୁ କନ୍ୟାକୁ ଛୁରୀ ଦ୍ଵାରା ଭୁସି ନିଜ ଜନ୍ମ କଲା ବାପା କରିଛି ଜଘଣ୍ଯ ହତ୍ଯା। ମୃତ ଝିଅର ନାମ ବ୍ଲେସି ରାଣୀ ଭତ୍ରା(୫) ଏବଂ ହତ୍ଯା କାଣ୍ଡ ଘଟାଇଥିବା ବାପା ନାମ ସଞ୍ଜୀବ ଭତ୍ରା। ଚିତ୍ରକୋଣ୍ଡା ଥାନା ଦୋରାଗୁଡ଼ା ପଞ୍ଚାୟତର ଆରଏସସି-୧୪ ଗ୍ରାମରେ ଏପରି ଚାଞ୍ଚଲ୍ୟ କର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଝିଅ ବ୍ଲେସି ରାଣୀ ଭତ୍ରା ପଡୋଶୀ ଘରେ ଖେଳୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ଛୁରୀରେ ଭୁସି ସେଠାରୁ ସହଜରେ ପଳାୟନ କରିଥିଲା । ଶିଶୁ କନ୍ୟାର କରୁଣ ଚିତ୍କାର ଶୁଣି ପଡ଼ୋଶୀ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ଲେସିକୁ ଦେଖି ସାଙ୍ଗେ ସାଙ୍ଗେ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ମେଡ଼ିକାଲରେ ପହଞ୍ଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଝିଅକୁ ଛୁରୀ ମାରି ସୈତାନ ବାପା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।
ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନାରେ ଏତଲା ହେଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ମୃତ ଶରୀର କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବୁଧବାର ପୋଲିସ ହତ୍ୟାକାରୀ ବାପାକୁ ଗୋଲାପୀଗୁଡା ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଛି । ମୃତ ବ୍ଲେସିଙ୍କ ଜେଜେବାପା ବିନୋଦ ଭତ୍ରା କହିଛନ୍ତି ଯେ, ତାଙ୍କ ପୁଅ ସଞ୍ଜୀବ ଭତ୍ରା ନିଜ ଦ୍ୱିତୀୟ ସ୍ତ୍ରୀ କଥାରେ ପଡ଼ି ପ୍ରଥମ ସ୍ତ୍ରୀର ନିଜ ଝିଅ ବ୍ଲେସିକୁ ହତ୍ୟା କରିଛି । ସାବତ ମାଆର କଥା ରେ ପଡ଼ି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି । ବର୍ତ୍ତମାନ ହତ୍ୟାକାରୀ ବାପାକୁ ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment