ମୋଟରସାଇକେଲ୍ ସହ ଅଟୋ ଧକ୍କା ; ଅଟୋଚାଳକଙ୍କ ସମେତ ଚାରି ଆହତ ।

ବେଲଗୁଣ୍ଠା,୧୪/୧୦(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ଟିକରପଡା ନିକଟରେ ବେଲଗୁଣ୍ଠା-ବୁଗୁଡ଼ା ରାସ୍ତାରେ ସନ୍ଧ୍ୟା ପାଞ୍ଚ ଘଣ୍ଟା ତିରିଶି ମିନଟ୍ ସମୟରେ ଏକ ମୋଟରସାଇକେଲ୍ ଏବଂ ଅଟୋ ପରସ୍ପର ଧକ୍କା ହେବା ଫଳରେ ଅଟୋଟି ଓଲଟି ପଡ଼ିଥିଲା ।ଏଥିରେ ଅଟୋଚାଳକଙ୍କ ସମେତ ଅଟୋରେ ବସିଥିବା ଦୁଇ ଯାତ୍ରୀ ଏବଂ ମୋଟରସାଇକେଲ୍ ଚାଳକ ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମୋଟରସାଇକେଲ୍ ଚାଳକ ଜଣଙ୍କ ହେଲେ ପାଣି କୋଇଲି ଅଞ୍ଚଳର ରାକେଶ ଗୌଡ଼ (27) I ସେ ଏକ ପଲ୍ସର୍ ବାଇକ୍ ରେ ବେଲଗୁଣ୍ଠାରୁ ନିଜ ସମ୍ପର୍କୀୟ ଗୁଡ଼ିପଦର ଗ୍ରାମକୁ ଯାଉଥିଲେ । ସେହି ସମୟରେ ବାହାଡ଼ାପଦର ଗ୍ରାମର ରଘୁନାଥ ବାଡତ୍ଯା (54)ନିଜ ଅଟୋରେ ଦୁଇଜଣ ଯାତ୍ରୀଙ୍କୁ ଧରି ବୁଗୁଡାରୁ ଭଞ୍ଜନଗର ଅଭିମୁଖେ ଆସୁଥିଲେ । ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ପ୍ରକାରେ ମୋଟରସାଇକେଲ୍ ଟି ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ଅଟୋଚାଳକ ରଘୁନାଥଙ୍କ ସହ ମୋଟରସାଇକେଲ୍ ଚାଳକ ରାକେଶ ଏବଂ ଅଟୋରେ ବସିଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ବେଲଗୁଣ୍ଠା ପୋଲିସ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment