ମାଲକାନଗିରି ବ୍ଲକ ପଡ଼ିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ।

ମାଲକାନଗିରି,୧୭/୦୯(ପିପିଟି) :ମାଲକାନଗିରି ବ୍ଲକ ପଡ଼ିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ମେଗା ସୁଭଦ୍ରା ଯୋଜନାରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଗୌରୀ ପଡ଼ିଆମି, ପୌର ପରିଷଦ ଅଧ୍ୟକ୍ଷ, ମନୋଜ ବାରିକ, ପୌର ପରିଷଦ ଉପାଧ୍ୟକ୍ଷା, ମମତା ମହନ୍ତ, ଜିଲ୍ଲାପାଳ, ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝୋଡିଆ ମଞ୍ଚାସୀନ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମୈଦାନ ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା ପଞ୍ଜୀକରଣ କରିଥିବା ଯୋଗ୍ୟ ହିତାଧୀକାରୀ ଆଜି ଏହି ଯୋଜନାରେ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ମହିଳା ମାନଙ୍କୁ ସଶକ୍ତ କରିବା ସହ ଆତ୍ମ୍ ନିର୍ଭରଶୀଳ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ଅବସରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଓ ସାମୁହିକ ଭାବେ ନିଜର ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସ୍ବଚ୍ଛତା ଶପଥ ପାଠ କରାଯାଇଅଛି। ଅନୁରୂପ ଭାବେ ଆଜି ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରୀଙ୍କ ଗୃହ ପ୍ରବେଶ ନିମନ୍ତେ ଚାବି ପ୍ରଦାନ କରାଯାଇଛି। ସେହିପରି ଦୁଇ ଜଣ ସଫଳ ଏସଏଚଜି ମାଆ ସେମାନଙ୍କର ସଫଳତାର କାହାଣୀ ଉପସ୍ଥାପନ କରିଥିଲେ। ବିଭିନ୍ନ ସାଂସ୍କୃତିକ ଦଳ ଏହି ଅବସରରେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରତି ବ୍ଲକ୍ରେ ପ୍ରାୟ ୩୦୦୦ ମାଆମାନେ ସାମିଲ ହୋଇଥିଲେ। ଶେଷରେ ବିଡ଼ିଓ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment