କେଶଲଗା-ବହଲପଦର ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତରେ ବାଧାପ୍ରାପ୍ତ ।

ସୁବର୍ଣ୍ଣପୁର ,୦୨/୦୯(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଠାରୁ କେଶଲଗା ପର୍ଯ୍ୟନ୍ତ ପୂର୍ବରୁ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ବର୍ତ୍ତମାନ ଶୋଚନୀୟ ହୋଇ ପଡିଛି। ଫଳରେ ଯାନବାହାନ ଯିବାଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ସୂଚନା ଥାଉକି ଦାଦରପାଲି ଠାରୁ କେଶଲଗା କୁ ସଂଯୋଗ କରିବା ପାଇଁ ଏବେ ତିଆରି ହେଉଛି ପ୍ରଧାନମନ୍ତ୍ରୀ ସଡ଼କ । ରାସ୍ତା ତିଆରି କରିବା ପାଇଁ ଆବଶ୍ୟକୀୟ ବାଲି, ମେଟାଲ, ଚିପ୍ସ, ଡଷ୍ଟ ଆଣି କେଶଲଗା ଠାରେ ଠିକାସଂସ୍ଥା କ୍ୟାମ୍ପ କରିଛି । ହାୱା ଗାଡି ଗୁଡିକ ରେ ଅଧିକ ଓଜନ ନେଇ ପୂର୍ବରୁ ତିଆରି ହୋଇଥିବା ପିଚୁ ରାସ୍ତା ଦେଇ ଆସିବା ରୁ ରାସ୍ତା ର ପିଚୁ ଦବିଯାଇ ବଡ ବଡ ଗର୍ତ୍ତ ମାନ ସୃଷ୍ଟି ହୋଇଯାଇଛି । ରାସ୍ତା ରୁ ପିଚୁ ଗୁଡିକ ମଧ୍ୟ ଫାଟି ଯାଇଛି । ପୂର୍ବରୁ ମଧ୍ୟ ଉକ୍ତ ରାସ୍ତା ରେ ନିମ୍ନମାନର କାମ ହୋଇଥିବା ଅନୁମାନ ହେଉଛି । ଗୋଟିଏ ପଟେ ରାସ୍ତା ତିଆରି ଚାଲିଥିବା ବେଳେ ଆଉଗୋଟିଏ ପଟେ ରାସ୍ତା ଭାଙ୍ଗି ଚାଲିଛି । ଉକ୍ତ ରାସ୍ତା ଉପରେ ଏବେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ଫଳରେ ଛୋଟ ବଡ ଦୁର୍ଘଟଣା ମାନ ହେଉଥିବା ଅଭିଯୋଗ ହେଉଛି । ତେଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତା ରେ ଅତ୍ୟଧିକ ଭାରି ହାୱା ଗାଡି ଗୁଡିକ ବନ୍ଦ କରି ପୂର୍ବରୁ ହୋଇଥିବା ପିଚୁ ରାସ୍ତା ର ମରାମତି କରିବା ପାଇଁ ଲୋକେ ଦାବି କରୁଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment