ପୋଲାସରା ,୩୦/୦୮(ପିପିଟି) :ପୋଲାସରା ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ଜଗତଗୁରୁ ସ୍ୱାମୀ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ବ୍ରଜଗୋପିକା ସେବା ମିଶନ ପକ୍ଷରୁ ମୁଖ୍ୟ ପ୍ରଚାରିକ ରାସେଶ୍ୱରୀ ଦେବୀଙ୍କ ଦ୍ୱାରା ଦିବ୍ୟ ଏବଂ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଟି ଦୀର୍ଘ ଏକ ସପ୍ତାହ ବ୍ୟାପୀ ପ୍ରତିଦିନ ସନ୍ଧ୍ୟା ୬ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ପ୍ରବଚନ ଏବଂ ସକାଳ ୬ ଟାରୁ ୭ ଟା ପର୍ଯ୍ୟନ୍ତ ଯୋଗ ପ୍ରାଣାୟମ ଅନୁଷ୍ଠିତ ହେବ । ଚଳିତ ୨୯ ତାରିଖ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଟିକୁ ସ୍ଥାନୀୟ ନଗରପାଳ ସଂଗୀତା ବେହେରା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ ଅତିଥି ଭାବେ ଯୋଗ ଦେଇ ମହାରାଜଙ୍କ ପ୍ରତିମୂର୍ତ୍ତି ସମେତ ଶ୍ରୀ ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରତିଷ୍ଠିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ରଥ, ଆର ଏସ ଏସ ବ୍ଲକ ଶାଖା ତ୍ରିପତି ବାଲଜି ପାତ୍ର , ଶିକ୍ଷାବିତ ଦୁର୍ଗାପ୍ରସାଦ ମହାପାତ୍ର , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧା ଶ୍ୟାମ ପଣ୍ଡା ଓ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି ଅବସର ରେ ଭିଡିଓ କନଫ୍ରେରେନ୍ସ ମାଧ୍ୟମରେ ରାସେଶ୍ୱରୀ ଦେବୀ ପ୍ରତ୍ୟେକ ମନୁଷ୍ୟ ଶରୀରରେ ଈଶ୍ୱର ଅଛନ୍ତି । ଆତ୍ମା କୁ ପବିତ୍ର ରଖିଲେ ମଣିଷ ବାସ୍ତବିକ ଏବଂ ଅନନ୍ତ ସୁଖର ଅଧିକାରୀ ହୋଇପାରିବ ବୋଲି କହିଥିଲେ । ପ୍ରଥମ ଦିବସରେ ବହୁ ଶ୍ରଦ୍ଧାଳୁ ଏବଂ ଆଧ୍ୟାତ୍ମିକବାଦୀ ଚିନ୍ତାଧାରା ବ୍ୟକ୍ତି ମାନେ ପ୍ରବଚନ ଶୁଣିବାକୁ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।କାର୍ଯ୍ୟକ୍ରମ ଟି ଆସନ୍ତା ସେପ୍ଟେମ୍ବର ଚାରି ତାରିଖ ବୁଧବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ଜ୍ଞାନ ଆହରଣ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।ଏହି କାର୍ଯ୍ୟକ୍ରମ ଟିକୁ ଆୟୋଜକ ମିଶନର ସୁଶ୍ରୀ ସଙ୍ଗୀତା ଦିଦି ଓ ସୁଶ୍ରୀ ସଂଯୁକ୍ତା ଦିଦିଙ୍କ ସମେତ ଅନ୍ୟ ସମସ୍ତ ଭକ୍ତଗଣ ଉପସ୍ଥିତ ରହି ପରିଚାଳନ କରୁଛନ୍ତି ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା