ପୋଲସରାରେ ଦେଶାତ୍ମକବୋଧ “ହର୍ ଘର୍ ତ୍ରିରଙ୍ଗା” ରାଲି ଅନୁଷ୍ଠିତ ।

ପୋଲସରା,୧୩/୦୮(ପିପିଟି):ଆଜି ପୋଲସରାଠାରେ ବ୍ଲକ୍ ପ୍ରଶାସନ ତରଫରୁ ଏକ ବିଶାଳ “ହର୍ ଘର୍ ତ୍ରିରଙ୍ଗା” ରାଲି ଅନୁଷ୍ଠିତ ହୋଇଯାଇଛି। ବିଡିଓ କୁରେଶ ଚନ୍ଦ୍ର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାଯ୍ୟକ୍ରମରେ ଅତିଥିଭାବେ ପୋଲସରା ତହସିଲଦାର ସୁଶ୍ରୀ ରୁବି ବେହେରାଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ, ଷ୍ଟାଫ୍ ଅଙ୍ଗନା ୱାଡି କର୍ମୀ ଓ ସୁପର ଭାଇଜର, ସମସ୍ତ କଲେଜର ଅଧ୍ୟାପକ, ଅଧ୍ୟାପିକା ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱେଛାକର୍ମୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ୫୦୦ ମିଟର ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତକା କୁ ନେଇ ଦେଶାତ୍ମକବୋଧ ସଂଗୀତ ଏବଂ ସ୍ଲୋଗାନ ଜରିଆରେ ଏକ ରାଲି ବାହାର କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment