ସୁବର୍ଣ୍ଣପୁର,୦୬/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀଗନ୍ନାଥ ଏକାଡେମୀ କୋଟସମଳାଇ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମିଲିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋଟସମଳାଇ ସ୍ଥିତ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ସଂଲଗ୍ନ ଜଙ୍ଗଲ ରେ ଆଜି ଶତାଧିକ ବୃକ୍ଷରୋପଣ କରି ସବୁଜ ପାରିବେଶ ଉପରେ ସଚେତନତା କରାଯାଇଛି ।କାର୍ଯ୍ୟକ୍ରମକୁ ବରିଷ୍ଠ ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ପରିଚାଳନା କରିଥିବା ବେଳେ, ପିଇଟି ସାନ ଡାଙ୍ଗ, ଗଣିତ ଶିକ୍ଷକ ହୃଷିକେଶ ପଧାନ, ବ୍ଲକ ବିଜ୍ଞାନ ସମ୍ପାଦକ ସୁଧୀର କୁମାର ହୋତା ପ୍ରଶାନ୍ତ କୁ ସାହୁ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ ସହ ସବୁଜ ଗାଁ ପରିକ୍ରମା ରେ ସାମିଲ ହୋଇଥିଲେ ଶେଷ ରେ ନିକଟସ୍ଥ ଜଙ୍ଗଲ କୁ ଯାଇ ବୃକ୍ଷରୋପଣ କରିଥିଲେ।ଶେଷ ରେ ଓଡ଼ିଆ ଶିକ୍ଷକ ତଥା ପରିବେଶ ପ୍ରେମୀ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଦେଇ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ କିଭଳି ଅଧିକ ରୁ ଅଧିକ ଗଛ ରୋପଣ କରିବେ ସେ ଦିଗରେ ସଚେତନ ବାର୍ତା ଦେଇଥିଲେ।ସେହିଭଳି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗୋପାଳ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କୋଟସମଳାଏ ଫରେଷ୍ଟ ଗାର୍ଡ ଶ୍ରୀଯୁକ୍ତ ରଘୁମଣୀ ଭୋଇ ଯୋଗଦାନ କରିଥିଲେ l l ଆଜି ସକାଳୁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭା ଯାତ୍ରା ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା l ପରେ ସଭାପତି ଓ ମୁଖ୍ୟ ଅତିଥି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା l ଶେଷରେ ସପ୍ତାହ ବ୍ୟାପୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଚିତ୍ରଙ୍କନ, ସୁନ୍ଦର ହସ୍ତାକ୍ଷର, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ପ୍ରଭୃତି ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲାଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବା ବେଳେ,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜନ୍ମେଜୟ ବିଶି ସ୍ୱାଗତ ଭାଷଣ ଦେଇଥିଲେ ଓ ଶିକ୍ଷୟିତ୍ରୀ ସାଗରିକ ବାଘ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବିଦ୍ୟାଳୟର ପରିଚାଳନା କମିଟୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ