ଚଲାପଥ ସମ୍ମାନରେ ସମ୍ମାନିତ ହେଲେ ପ୍ରାବନ୍ଧିକ ଡ. ହିମାଂଶୁ ଶେଖର ପାଢ଼ୀ ।

ସୁବର୍ଣ୍ଣପୁର ,୨୩/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢୀଙ୍କୁ ଚଲାପଥ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଚଲାପଥ ସାହିତ୍ୟ ସମ୍ମାନ-୨୦୦୪ ରେ ସମ୍ମାନିତ କରାଯାଇଛି।ଭୁବନେଶ୍ୱର ସ୍ଥିତ ସର୍ବ ପୁରାତନ ସାହିତ୍ୟି ଓ ସାଂସ୍କୃତିକ ଅନୁଷ୍ଠାନ ଚଲାପଥ ପକ୍ଷରୁ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିପାଇଁ ଜଣାଶୁଣା ସାହିତ୍ୟିକ, ସଂସ୍କୃତି ଗବେଷକ ତଥା ପ୍ରାବନ୍ଧିକ ଡ.ପାଢୀଙ୍କୁ ଚଲାପଥ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣାଢ୍ୟ ସମାରୋହରେ ତାଙ୍କର ସାମଗ୍ରିକ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି, ଲବ୍ଧପ୍ରତିଷ୍ଠିତ ପ୍ରବନ୍ଧିକା ଡ଼. ଅର୍ଚନା ନାୟକ ବିଶିଷ୍ଟ ଅତିଥି, ସାହିତ୍ୟିକା ଡ଼. ସଂଘମିତ୍ରା ଭଞ୍ଜ ସ୍ୱତନ୍ତ୍ର ଅତିଥି, କବି ଓ କଥାକାର ନିରାକାର ଦାସ ଏବଂ ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଡ଼.ଅର୍ଚନା ନାୟକ ହିମାଂଶୁଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମର୍ଦ୍ଧିତ କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼. ପାଢୀଙ୍କ ଶିକ୍ଷାଦାନ କ୍ଷେତ୍ରରେ ଇତିହାସ ବିଭାଗରେ ୩୩ ବର୍ଷର ଅଭିଜ୍ଞତା ରହିଥିବାବେଳେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତାଙ୍କର ତିନିଶହରୁ ଉର୍ଦ୍ଧ ପ୍ରବନ୍ଧ ଲେଖି ସାରିଛନ୍ତି l ଦେଶର ପ୍ରମୁଖ ସମ୍ବାଦପତ୍ର ଓ ପତ୍ରିକା ମାନଙ୍କରେ ତାଙ୍କଦ୍ୱାରା ଲିଖିତ ପ୍ରବନ୍ଧ ଓ ଫିଚର ପ୍ରକାଶିତ ମଧ୍ୟ ହୋଇସାରିଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment