ବେଲଗୁଣ୍ଠା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ତରଫରୁ ସୋରଡ଼ା ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ।

ବେଲଗୁଣ୍ଠା,୧୮/୦୬(ପିପିଟି):ବେଲଗୁଣ୍ଠା ବ୍ଳକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ତରଫରୁ ନବ ନିର୍ବାଚିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ସଂଘ ସଭାପତି ବସନ୍ତ କୁମାର ଜେନାଙ୍କ ନେତୃତ୍ୱରେ ସମ୍ପାଦକ ବାଳକୃଷ୍ଣ ସାବତ,ଉପସଭାନେତ୍ରୀ ଦୀପ୍ତାଂଶୂ ପ୍ରଭା ଦେବୀ,ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବେହେରା,ଜିଲ୍ଳା ସଂଗଠକ ସମ୍ପାଦକ ବଲ୍ଲଭ ପଣ୍ଡା, ଜିଲ୍ଳା ପ୍ରତିନିଧି ଛାୟାକାନ୍ତ ମହାପାତ୍ର,ନୀଳକଣ୍ଠ ନନ୍ଦ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପଟ୍ଟନାୟକ,ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାନ୍ତି,ପ୍ରଦୀପ ମାହୁନ୍ତ,ପବିତ୍ର ମୋହନ ଶତପଥି, ରମେଶ୍ ଚନ୍ଦ୍ର ମହାପାତ୍ର, ଗଞ୍ଜାମ ଜିଲ୍ଲା ସଂଗଠକ ସମ୍ପାଦକ ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ବିଧାୟକ ଶ୍ରୀ ବିଷୋୟୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ I ଏହି ଅବସରରେ ସୋରଡ଼ା ନିର୍ବାଚନ ମଣ୍ଡଳୀର ଶିକ୍ଷା ସମ୍ଵନ୍ଧୀୟ ସମସ୍ୟା ପାଇଁ ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ ସଂଗଠନ ଗୁଡ଼ିକୁ ଡକାଇ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃ୍ତି ଦେବା ସହ ପ୍ରତ୍ୟେକ ଗୁରୁଙ୍କୁ ସମ୍ମାନ ପ୍ରଦାନ ମୋର ଧର୍ମ ହେବ ବୋଲି ପ୍ରକାଶ କରିଥିଲେ I

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment