ମାଲକାନଗିରି ରେ ବିଜେପି ଓ ଚିତ୍ରକୋଣ୍ଡାରେ କଂଗ୍ରେସ ବିଜୟ ।

ମାଲକାନଗିରି,୦୪.୦୬(ପିପିଟି) :ମାଲକାନଗିରି ଜିଲ୍ଲାରେ ଦୁଇଟି ବିଧାନସଭା ନିର୍ବାଚନୀ ମଣ୍ଡଳୀ ରହଥିବା ବେଳେ ଗୋଟିଏ ଚିତ୍ରକୋଣ୍ଡା ଏବଂ ଅନ୍ଯଟି ମାଲକାନଗିରି। ଆଜି ଏହାର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ମାଲକାନଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀ ରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ଲାଭ କରିଥିଲା ବେଳେ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟ ଘୋଷିତ ହୋଇଛନ୍ତି। ତେବେ ଦୁଇଟି ଯାକ ନିର୍ବାଚନ
ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି।
ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ ୬୩ ହଜାର ୨୯୮ ଖଣ୍ଡ ଭୋଟ ମିଳିଛି । ତୃତୀୟରେ ଥିବା ବିଜେଡି ପ୍ରାର୍ଥୀ ମାନସ ମାଡକାମୀଙ୍କୁ ୩୪,୦୮୨ ଖଣ୍ଡ ଭୋଟ ମିଳିଛି ।
ସେହିପରି ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ। ମୋଟ ୩୧ ରାଉଣ୍ଡ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ୯ ହଜାର ୩୯୮ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି । ମଙ୍ଗୁ ଖିଲଙ୍କୁ ମୋଟ ୫୫ ହଜାର ୧୮୮ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ପ୍ରାର୍ଥୀ ଡ଼ମ୍ବୁରୁ ସୀସାଙ୍କୁ ୪୫ ହଜାର ୭୯୦ ଖଣ୍ଡ ଭୋଟ ମିଳିଛି । ସେହିପରି ଲକ୍ଷ୍ମୀ ପ୍ରିୟା ନାୟକ ବିଜେଡି ଟିକେଟରେ ଲଢି ତୃତୀୟ ସ୍ଥାନରେ
ରହିଛନ୍ତି। ତେବେ ଏହି ୨ଟି ଆସନରେ ବିଜେଡି ପ୍ରାର୍ଥୀ ଶୋଚନୀୟ ଭାବେ ପରାସ୍ତ ହେବାର ଏକମାତ୍ର କାରଣ ଦଳ ମଧ୍ୟରେ ଅର୍ନ୍ତଦ୍ବନ୍ଦ ରହିଥିବା ପୂର୍ବାନୁମାନ କରାଯାଇଥିଲା। ଆଜି ନିର୍ବାଚନୀ ଫଳାଫଳ ପରେ ,ଯାହା କି ସତ୍ଯରେ ପରିଣତ ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment