ସୁବର୍ଣ୍ଣପୁର ,୦୬/୦୨(ପିପିଟି):ଶୀତଳ ଷଷ୍ଠୀ ଯାତ୍ରା ୨୦୨୪ ଉପଲକ୍ଷେ ଆଜି ସୁବର୍ଣ୍ଣପୁର ମଝିପଡ଼l ରାମଧୁନ କ୍ଲବ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସୁବର୍ଣ୍ଣପୁର ସହର ମଝିପଡା ଶୀତଳଷଷ୍ଠୀ ଯାତ୍ରା ର ବରପିତା ଭାବେ ଏ ବର୍ଷ ଦାୟିତ୍ଵ ତୁଲାଉ ଥିବା ଘୋଡାଘାଟ ପଡ଼ା ର ପ୍ରଭାତ କୁମାର ବକ୍ସି ଓ ସହଯୋଗୀ ଏହି ବୈଠକ ରେ ଉପସ୍ଥିତ ରହି ମଝିପଡ଼l ବାସୀ ଙ୍କୁ ଯାତ୍ରା ପାଇଁ ନିମନ୍ତ୍ରଣ କରିବା ସହ ଯାତ୍ରା ର ସମସ୍ତ କାର୍ଯକ୍ରମ ରେ ଯୋଗ ଦେଇ ଯାତ୍ରା ସଫଳ ପାଇଁ ସହଯୋଗ କରି ପ୍ରଭୂ କୃପା ଲାଭ କରିବାକୁ ଅନୁରୋଧ କରିଥିଲେ । ପ୍ରକାଶ ଥାଉ କି ଯେ ଦୀର୍ଘ ୩୦/୪୦ ବର୍ଷ ପରେ ଏହି ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରେ ପାଳନ କରିବାକୁ ସହର ବାସୀ ଙ୍କୁ ସାମିଲ୍ କରିବା ପାଇଁ ସମସ୍ତ ପଡ଼ା ରେ ବର ପିତା ଶ୍ରୀ ବକ୍ସି ସଭା ସମିତି ମାଧ୍ୟମ ରେ ସମସ୍ତ ଙ୍କୁ ନିମନ୍ତ୍ରଣ ଓ ନିବେଦନ କରିଛନ୍ତି l ଯାହାକି ଆଗlମୀ ବର୍ଷ ପାଇଁ ସୁବର୍ଣ୍ଣପୁର ସହର ପାଇଁ ଏ ପରମ୍ପରା ଏକ ଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି ଓ ଶ୍ରୀ ବକ୍ସି ଙ୍କ ଏ ପଦକ୍ଷେପ କୁ ଚିନ୍ତାଧାରା କୁ ସ୍ଵାଗତ କରିଛନ୍ତି । ଆଜି ର ଏହି ସଭାରେ ପ୍ରଭୁ ଙ୍କ ପିତା ଶ୍ରୀ ପ୍ରଭାତ ବକ୍ସି ଙ୍କ ସମେତ ରଜତ ପଟ୍ଟନାୟକ , ତାପସ ମହାନ୍ତି, କଇରୁ ସ୍ବାଇଁ , ମନୋରଞ୍ଜନ ତ୍ରୀପାଠୀ, ପୀୟୁଷ ପଣ୍ଡା, ଭାକୋଡୋ ସ୍ବାଇଁ, ମନବୋଧ ଭୋଇ, ରାମଜୀ ନେଗୀ, ବିକାଶ ପଣ୍ଡl, ସୁମନ ମିଶ୍ର ପ୍ରମୁଖ ରାମ ଧୁନ୍ କ୍ଳବ୍ ର ସମସ୍ତ ସଦସ୍ୟ ଯୋଗ ଦେଇ ବର ପିତା ଙ୍କ ଟିମ୍ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ସମସ୍ତ ସହଯୋଗ କରିବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ