ସୁବର୍ଣ୍ଣପୁର ,୧୫/୦୫(ପିପିଟି):ସୁବର୍ଣ୍ଣପୁର ଗୋପାଲଜୀ ଯୋଗାଶ୍ରମ ପରିସର ରେ କଦମଫୁଲ ସାହିତ୍ୟି ସଂସଦ,ବୀରମହାରାଜପୁରର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରେ ଏକ କୋଶଲି କବିତା ଆସର ହେବା ସହ ଅନୁଷ୍ଠାନର ଷଣ୍ମlସିକ କୋଶଲି ସାହିତ୍ୟ ପତ୍ରିକା “କଦମଫୁଲ” ଏବଂ କବି ଯୁଧିଷ୍ଠିର ଖମାରୀ ଙ୍କ ଦ୍ୱାରା ଲିଖିତ ପୁସ୍ତକ ସତ୍ୟ ନାରୟଣ ବହିଦାର ଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ ହୋଇଥିଲା । ଯୁବକବି ପଙ୍କଜ କୁମାର ଖମାରୀ ଙ୍କ ସଭାପତିତ୍ୱରେ ରେ ଅନୁଷ୍ଠିତ ସାରସ୍ୱତ ସମାରୋହ ରେ ଗବେଷକ ଡ଼.ଅନିରୁଦ୍ଧ କୁରକୁରିଆ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଗୋରେଖ ନାଥ ସାହୁ ମୁଖ୍ୟବକ୍ତା, ଡ଼.ସନ୍ତୋଷ ପାଢ଼ୀ ସମ୍ମାନିତ ଅତିଥି ଏବଂ ଡ଼ ଆର୍ତତ୍ରାଣ ବାବୁ ଓ ଅଖୋଜ କୁମାର ଷlଣ୍ଢ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୋଶଲି ଭାଷା ଓ ସଂସ୍କୃତିର ଉତ୍କର୍ଷ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କବି କୃପାସିନ୍ଧୁ ମହାକୁର ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ସଂସଦର ମୁଖ୍ୟ ଉପଦେଷ୍ଟା ସୌମିତ୍ରୀ କର୍ଣ୍ଣ ବିବରଣୀ ପାଠ କରିଥବାବେଳେ ରାଧେଶ୍ୟାମ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ କୋଶଲି ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବୀରମହାରାଜପୁର ଅଂଚଳର ଯୁବ ସାହିତ୍ୟିକ ସନ୍ତୋଷ କୁମାର ଅଦାବର ଙ୍କୁ କଦମଫୁଲ ସାହିତ୍ୟ ସମ୍ମାନ ଓ ଦଣ୍ଡ କଳାକାର ବଂଶୀଧର ରଣାଙ୍କୁ କଦମଫୁଲ କଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଲେଖକ ତଥା ଗବେଷକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା, କବି ନାଟ୍ୟକାର କରୁଣାକର ଘଣ୍ଟୁଆଳ,କମ୍ଭୁଧର ସୁନା, ମଞ୍ଚାସୀନ ଥିଲେ । କବୟିତ୍ରୀ ସନ୍ତୋଷିନୀ ନାୟକ ଏବଂ କବି କୃପାସିନ୍ଧୁ ମହକୁରଙ୍କ ସଂଯୋଜନାରେ ଅନୁଷ୍ଠିତ କୋଶଲି କବିତା ଆସରରେ କବି ଗଜାନନ ସାଥୁଆ,ପ୍ରହଲ୍ଲାଦ ନାଏକ,ପ୍ରଭାତ କୁମାର ଖମାରୀ,ଧ୍ରୁବ ଚରଣ ନାୟକ,ବଳରାମ ଡାଙ୍ଗ,କିଣୁ ଜଗଦଲା, ରଞ୍ଜନ କୁମାର ସା, ଟଙ୍କଧର ବାରିକ,ହିମାଂଶୁ ପଣ୍ଡା, ତନ୍ମୟବାଳା ମିଶ୍ରଙ୍କ ସମେତ ଚାଳିଶ ଜଣ କବି ସ୍ୱରଚିତ କୋଶଲି କବିତା ପାଠ କରି ଥିଲେ । ଶେଷରେ କବି ଶାନ୍ତନୁ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ