କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କଲେ । ପ୍ରଶାନ୍ତ

ଭଞ୍ଜନଗର, ୩୦/୦୪(ପିପିଟି) : ଓଡ଼ିଶା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଯାଉଛି।ଏଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିଦେଲେଣି।ହେଲେ ବିଜ୍ଞପ୍ତି ଜାରି ହେବାର ତୃତୀୟ ଦିନରେ ଆଜି ସୋରଡ଼ା ଓ ଆସ୍କା ନିର୍ବାଚନ ମଣ୍ଡଳୀରୁ କେହି ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରି ନ ଥିବା ବେଳେ କେବଳ ୧୨୩ନଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀ ତାଙ୍କ ବାସଭବନ ତୁଳସୀ ପଲିରୁ ନିଜ ଶହ ଶହ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ବାହାରି ଭଞ୍ଜନଗର ସହର ପରିକ୍ରମା କରିଥିଲେ।ଏଥିରେ ଷ୍ଟାର ପ୍ରଚାରକ ଭାବେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ସୁଚରିତା ସ୍ୱାଇଁ ଯୋଗ ଦେଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାନ୍ତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ପୂର୍ବରୁ ଭଞ୍ଜନଗର କଂଗ୍ରେସର ଗଡ଼ ଥିଲା ତେଣୁ ବର୍ତ୍ତମାନ କଂଗ୍ରେସ ଦଳ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି।ତେଣୁ ଆଗାମୀ ନିର୍ବାଚନ ରେ କଂଗ୍ରେସ ଦଳ ବିଜୟ ଲାଭ କରିବ ବୋଲି ପ୍ରଶାନ୍ତ ଆଶାବାଦୀ ଅଛନ୍ତି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment