ଆମ୍ ଆଦମୀ ପାର୍ଟି ତରଫରୁ ଶରତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ମାଲକାନଗିରି,୧୬/୦୪(ପିପିଟି) :ମାଥିଲି ବ୍ଲକ ସ୍ଥିତ ବାମନଗୁଡା ଠାରେ ଆମ ଅଦାମୀ ପାର୍ଟି ତରଫରୁ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।
ଗତ ୧୩ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ଆମ ଆଦମୀ ପାର୍ଟି ମିଶ୍ରଣ ପର୍ବରେ ଶରତ ଚନ୍ଦ୍ର ବୁରୁଦା କଂଗ୍ରେସ ଦଳରୁ ଇସ୍ତଫା ଦେଇ ଆପ୍ ରେ ସାମିଲ୍ ହୋଇଥିଲେ । ମାଲକାନଗିରି ଜିଲ୍ଲା ଆମ୍ ଆଦମୀ ପାର୍ଟିର କର୍ମ କର୍ତ୍ତା ମାନେ ଶ୍ରୀ ବୁରୁଦାଙ୍କୁ
ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ଶ୍ରୀ ବୁରୁଦା ଜଣେ ଉଚ୍ଚ ଶିକ୍ଷିତ ଓ ପୋଲିସ ବିଭାଗରେ ଜଣେ ଦକ୍ଷ ପୋଲିସ ଅଫିସର
ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିଲେ । ତେବେ ଜନ ସେବା ପାଇଁ ସେ ସରକାରୀ ଚାକିରି ତ୍ଯାଗ କରି ରାଜନୀତିରେ ସାମିଲ ହୋଇଥିଲେ। ତେବେ ଆମ୍ ଆଦମୀ ପାର୍ଟିରେ ସେ ସାମିଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ମଧ୍ୟ ଆଜି ଆପ୍ ରେ ସାମିଲ୍ ହୋଇଥିବା ଜଣାପଡ଼ିଛି।
ଆଜି ଅନେକ କଂଗ୍ରେସ, ବିଜେପି, ବିଜେଡି କର୍ମକର୍ତ୍ତା ଶରତ ଚନ୍ଦ୍ର ବୁରୁଦାଙ୍କୁ ସମର୍ଥନ କରି ଆମ୍ ଆଦମୀ ପାର୍ଟିରେ ସ୍ବତଃ ପ୍ରବୃତ୍ତ ଭାବେ ସାମିଲ୍ ହୋଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ କିଷାନ ସେଲ ସଭାପତି ମହେଶ୍ୱର ପଟ୍ଟନାୟକ, ଜୋନ -୨ ସଭାପତି ଖଗେଶ୍ୱର ନାୟକ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀ କାନ୍ତ ପଣ୍ଡା, ଏସଟି ସେଲ ସଭାପତି ଦିଲୀପ କୁମାର ନାୟକ, ବିଜେଡି ସକ୍ରିୟ କର୍ମୀ ଉମା ଶଙ୍କର ମହାନ୍ତି, ରାମ ଚନ୍ଦ୍ର ଦୋରା, ୟୁ. ଵାଲା ରାଜୁ, ଏସସି ସେଲ ସଭାପତି ବୈଦ୍ୟ ପାଙ୍ଗି, ଗୋପୀନାଥ ଭୂମିଆ, ମେକା ନାୟକ, ବଳରାମ ଭୂମିଆ, ଡମ୍ବରୁଧର ପାଙ୍ଗି, ଶୁକ୍ରl ଗୁରୁ ତେଲି, ଲକ୍ଷ୍ମଣ ପୁଟିଆ, ଗୁରୁ ମଦେମ, ନୀଳକଣ୍ଠ ଅନାଗୁଳିଆ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି l ଜିଲ୍ଲା ସଭା ପାତି କେ. ଦେଶୀରଜୁ ଅଚାରୀ ଓ ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ୱାସ ସମସ୍ତଙ୍କୁ ଟୋପି ଓ ଉତ୍ତରୀୟ ଦେଇ ପାର୍ଟିରେ ମିଶ୍ରଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ବୁରୁଦା ଦିଲ୍ଲୀ ଓ ପଞ୍ଜାବରେ କେଜ୍ରିୱାଲଙ୍କ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ସାମାଜିକ ସୁରକ୍ଷା ମଡେଲକୁ ସମସ୍ତଙ୍କୁ ଅବଗତ କରାଇ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଏହି ମଡେଲକୁ ନେଇ ପ୍ରସାର ପ୍ରଚାର କରିବେ ବୋଲି କହିଥିଲେ । ତାଙ୍କର ଆହ୍ବାନ ରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜ ଅଞ୍ଚଳକୁ ଯାଇ ଆମ ଆଦମୀ ପାର୍ଟିର ବିଚାର ଧାରାକୁ ଜନସାଧାରଣରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲଙ୍କ ବେନିୟମ ଜେଇଲର ଜବାବ ଭୋଟରେ ରୂପାନ୍ତରିତ କରିବେ ବୋଲି କର୍ମୀମାନେ କହିଥିଲେ l
ଶେଷରେ ବିକ୍ରମ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ:, ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment