ବଢୁଛି ରୌଦ୍ରତାପ, ଗରମ ଓ ଗୁଳୁଗୁଳି ରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ।

ବୋଲଗଡ଼,୦୭/୦୪(ପିପିଟି):ରାଜ୍ୟରେ ଯାରି ରହିଛି ପ୍ରଚଣ୍ଡ ରୌଦ୍ରତାପ ସମଗ୍ର ଓଡ଼ିଶାରେ ପ୍ରବଳ ଗରମ ସାଙ୍ଗକୁ ଝାଞିପବନ ଓ ଗୁଳିଗୁଳି ରେ ଅସ୍ତବ୍ୟସ୍ତ ହେଲେଣି ଲୋକେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମୟରେ ବୋଲଗଡ଼ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଫଳରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଅନ୍ୟପକ୍ଷରେ ବୋଲଗଡ଼ ଅଞ୍ଚଳରେ ଦଣ୍ଡ ନାଚ ଚାଲିଥିବାରୁ ଗ୍ରାମ ଗୁଡ଼ିକରେ ଉତ୍ସବ ମୁଖର ହୋଇଉଠିଛି। ଏଭଳି ସ୍ଥିତିରେ ଦିନ ରେ ପ୍ରଚଣ୍ଡ ରୌଦ୍ରତାପ ଓ ରାତିରେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୋଲଗଡ଼ ବେଗୁନିଆ ଓ ତାର ପାଖ ଆଖ ଅଞ୍ଚଳ ଗୁଡ଼ିକ ରେ ତାପମାତ୍ରା ୪୦ଡିଗ୍ରୀ ରୁ ଊର୍ଦ୍ଧ୍ବ ଉପରେ ଥିବା ଜଣାପଡିଛି। ଲୋକ ମାନେ ବାଧ୍ୟ ହୋଇ ନିଜର ଜରୁରି କାମ ରେ ଘରୁ ବାହାରକୁ ବାହାରୁଛନ୍ତି। ଦିନ ୧୧ଟା ବେଳକୁ ରାସ୍ତା ଘାଟରେ ଯାନବାହାନ ଓ ଲୋକଙ୍କ ଚଳାଚଳରେ ବହୁତ ପ୍ରଭାବିତ ହେଉଛି।ବାହା ରେ ହେଉ ଅବା ଘରେ ଗରମ ଯୋଗୁଁ ରହିବା ଅସମ୍ଭବ ହୋଇ ପଡିଛି। ରାତିରେ ମଧ୍ୟ ଘରର କାନ୍ଥ ବାଡ ଓ ଚଟାଣ ଗରମ ହୋଇ ରହୁଥିବାରୁ ଶୋଇବା କଷ୍ଟକର ହୋଇ ପଡୁଥିବା ବେଳେ ବିଦ୍ୟୁତ୍ ର ଲୁଚକାଳି ଖେଳ ଲୋକ ମାନଙ୍କ ପାଇଁ କାଳ ସାଜିଛି। କୌଣସି କାମରେ ବାହାରକୁ ବାହାରିଲେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ତଣ୍ଟି ସୁଖୀ ଯାଉଥିବାରୁ ଜୁସ୍,ଲସି,ସରବତ,ଆଖୁରସ ମୃଦୁପାନୀୟ ଓ ପାଣି ବୋତଲ ଦୋକାନରେ ଲୋକଙ୍କର ଭିଡ ଲାଗିବାର ଦେଖିବାକୁ ମିଳିଛି। ଏଥିସହିତ ପଙ୍ଖା, କୁଲର, ଓ ଏସିର ଚାହିଦା ମଧ୍ୟ ବଢିଛି। ଏହି ଗରମରୁ ସାମାନ୍ୟ ଆଶ୍ୱସ୍ତି ପାଇବା ପାଇଁ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟଷ୍କ ମାନେ ପୋଖରି,ଚୁଆ ନଳକୂପ ଆଦିରେ ବାରମ୍ବାର ଗାଧୋଇବା ସହିତ, ସଂଧ୍ୟାରେ ମଧ୍ୟ ପବନ ଟିକିଏ ପାଇବା ପାଇଁ ସଂଧ୍ୟା ସମୟରେ ବାହାରେ ଖୋଲାଯାଗାରେ ବସ ଉଠ କରିବା ସହିତ ବୁଲାବୁଲି କରିବାର ଦେଖିବାକୁ ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment