ଭଞ୍ଜନଗର, ୨୦/୦୩(ପିପିଟି) : ଆସନ୍ତା ସାଧାରଣ ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ବିଜେଡି ପକ୍ଷରୁ ରଣନୀତି ଆରମ୍ଭ ହୋଇଛି। ଆଜି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା,ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ସହିତ ବିଜୁ ଜନତା ଦଳର ସମର୍ପିତ କାର୍ଯ୍ୟକ୍ରମକୁ ସର୍ମଥନ ଜଣାଇ ବିଜେଡିରେ ବହୁ ନେତୃବୃନ୍ଦ ଓ କର୍ମୀ ଗତକାଲି ସାମିଲ ହୋଇଥିବା ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି। ବିଜେଡିକୁ ସହଯୋଗ କରି ରାଜ୍ୟରେ ପ୍ରଗତି ଶୀଳ ନିର୍ବାଚନ ମଣ୍ଡଳୀରେ ଭଞ୍ଜନଗରକୁ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ଭାବେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରି ସଫଳ ହୋଇଥିବା ବେଳେ ଆଗାମୀ ଦିନ ମଧ୍ୟ ଏଭଳି ବିକାଶର ଧାରା ବଜାୟ ରହିବ ବୋଲି ପ୍ରକାଶ କରିଥିଲେ। ଏଥିରେ ଛାମୁଣ୍ଡା ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ମଲ୍ଲିକ,ଅଲାଡି ପଞ୍ଚାୟତର ସରପଞ୍ଚ ବାବାଜୀ ପଲେଇ,ଜଗନ୍ନାଥପ୍ରସାଦ ପଞ୍ଚାୟତର ରଶ୍ମିତା ସେଠୀଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିବା ବେଳେ ରୁଢାପଦର ପଞ୍ଚାୟତର ନକୁଳ ଜାନୀ,ଅର୍ଜୁନ ମଳିକ,ସେହିପରି ଭଞ୍ଜନଗରର ଆଇନଜୀବୀ ଖରାଂଶୁ ଶେଖର ଦାସ ଓ ବ୍ଳକ୍ର ମୁଜାଗଡ ପଞ୍ଚାୟତର ପିତବାସ ଗୌଡ,ବେଲାଳସେନ ଦଳବେହେରା,ପ୍ରତାପ ପ୍ରଧାନ,ପ୍ରବିଣ ନାୟକ,ମଙ୍ଗୁଳୁ ନାୟକ,ହିରଗଡ ପଞ୍ଚାୟତର ସନ୍ତୋଷ ମିଶ୍ର,ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ସମର୍ଥକ ମାନେ ଆଜି ବିଜେଡିରେ ମିଶିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ବ୍ଳକ ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଶୋୟୀ,ଉପସଭାପତି ରାଜ କୁମାର ସାହୁ,ଜଗନ୍ନାଥପ୍ରସାଦ ବ୍ଳକ ଉପସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା,ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଜଗନ୍ନାଥପ୍ରସାଦ ବ୍ଳକ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ସାଂସଦ ପ୍ରତିନିଧି ଦିବାକର ନାୟକ,ବିପ୍ରଚରଣ ବାରିକ ପଞ୍ଚାନନ ପାଳ,ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରାଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)