ବାଲିମେଳା ଏନ୍ଏସିରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ।

ମାଲକାନଗିରି,୦୪/୦୨(ପିପିଟି):ଆଜି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ଭବନ ଠାରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସଂସଦ, ସଭାପତି ତଥା ସୁସାହିତ୍ଯିକ କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ କବି ଡଃ ସୌମ୍ୟରଞ୍ଜନ ଖଟୁଆ, କବି ନିରଞ୍ଜନ ପ୍ରସାଦ ମଲ୍ଲିକ, କବି ଗଜେନ୍ଦ୍ର ମଲ୍ଲିକ, କବି ଦିଲ୍ଲୀପ କୁମାର ଓଝା, ସାହିତ୍ୟିକ ଯତୀନ୍ଦ୍ର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟର ଯୁଗସ୍ରଷ୍ଟା ମହାପୁରୁଷଙ୍କ ଚୈଳଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କଲା ପରେ ବନ୍ଦେ ଉତ୍କଳ ଜନନୀ
ସଂଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି କେଶବ ଚନ୍ଦ୍ର ନାୟକ କହିଲେ ମାଲକାନଗିରି ଏକ ଉପାନ୍ତ ଅଞ୍ଚଳ । ଏହାର ସୀମାନ୍ତରେ ଛତିଶଗଡ଼, ତେଲେଙ୍ଗାନା ରାଜ୍ୟ ସଂଲଗ୍ନ ରହିଛି।
ଫଳରେ ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଅଭାବରୁ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି । ଏହି ପରିପ୍ରେକ୍ଷୀରେ ଫକୀର ମୋହନ ସେନାପତି ଯେପରି ଓଡ଼ିଆ
ଭାଷାର ସଂକଟ ମୋଚନ ପାଇଁ ପରିଣତ ବୟସରେ ଅର୍ଥାତ୍
ରୋଗଶଯ୍ୟାରେ ପଡି ମଧ୍ୟ କାଳଜୟୀ ସାହିତ୍ୟ ସୃଷ୍ଟି କରି ଯାଇଥିଲେ , ତାଙ୍କ ଉତ୍ତର ଦାୟଦ ଭାବେ ଆମର ମଧ୍ୟ କିଛି ଦାୟିତ୍ୱବୋଧ ରହିଛି। ଏଣୁ ଶ୍ରୀନାୟକଙ୍କ ଉଦ୍ୟମରେ ଉତ୍କଳ ସାହିତ୍ୟ ସଂସଦ ଗଠନ କରି ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ ଜୀବନ ବ୍ୟାପୀ ସଂଗ୍ରାମ କରିଛନ୍ତି। କବି ଲେଖକ ସୃଷ୍ଟି କରିବାରେ ଶ୍ରୀନାୟକଙ୍କ ଅତୁଳନୀୟ ଅବଦାନ ରହିଛି।ସେ ନିଜେ କଲମ ମୁନରେ ଆଙ୍କିଛନ୍ତି ଅନେକ କବିତା, ପ୍ରବନ୍ଧ ଓ ଗଳ୍ପ। ସରକାରଙ୍କ ପ୍ରୋତ୍ସାହନ ନାହିଁ କବି ଓ ଲେଖକମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ। ରାଜାରାଜୁଡ଼ା ସମୟରେ କବିମାନଙ୍କୁ ପ୍ରୋତ୍ସାହନ କରାଯାଉଥିଲା। କବି ପାଇଁ ହିଁ ଓଡ଼ିଆ ଭାଷା ଓ ସାହିତ୍ୟ ବଞ୍ଚି ରହିଛି। କିନ୍ତୁ କବି ବା ଲେଖକମାନେ ଆଜି ଚିର ଅବହେଳିତ।ଯଦି ଓଡ଼ିଆ ଭାଷା ସାହିତ୍ୟର ବିକାଶ ରାଜ୍ଯ ସରକାର ବାସ୍ତବରେ ଚାହାନ୍ତି, ତେବେ ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଦେବା ଆବଶ୍ୟକ ବୋଲି ଶ୍ରୀନାୟକ ମତବ୍ୟକ୍ତ କରିଥିଲେ।ଓଡ଼ିଆ ଭାଷାର ବିକାଶ ଲାଗି କିଛି ଲେଖିବା ପାଇଁ କବି ଯତୀନ୍ଦ୍ର ସ୍ବାଇଁ ଆହ୍ବାନ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ନେଇ ଆମ ଭାଷା ଓ ସଂସ୍କୃତି ଉପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କବି ଶୁଭାଶିଷ କର ମଞ୍ଚ ପରିଚାଳନା ଥିଲା ବେଳେ ଏମଆଇଏସ ସୁଶାନ୍ତ କୁମାର ଦାଶ ଓ କନିଷ୍ଠ ଯନ୍ତ୍ରୀ ରଶ୍ମୀରଂଜନ ମହାନ୍ତି ଉକ୍ତ ଉତ୍ସବର ଆୟୋଜନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment