ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ।

କୋଦଳା,୨୨/୦୧(ପିପିଟି):ପବିତ୍ର ଅଯୋଧ୍ୟା ଧାମ ଠାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସଜାଳୁ ସକାଳୁ ହଜାର ହଜାର ଛାତ୍ରଛାତ୍ରୀ,ଯୁବକ,ମହିଳା ହାତରେ ପତାକା ସହିତ ବିଭିନ୍ନ ବେଶ ଧାରଣ କରି କୋଦଳାର ପ୍ରତ୍ୟେକ ସାହି ପରିକ୍ରମା କରିଥିବା ବେଳେ,ପ୍ରତ୍ୟେକଙ୍କ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ସହିତ ଦ୍ବୀପ ପ୍ରଜ୍ବଳନ ହୋଇଥିବା ବେଳେ କିଛି ସ୍ଥାନ ରେ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା । ସାରା ଦିନଟି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା । ଗେରେଜ ରାଜୁ ହନୁମାନ ବେଶ ଧାରଣ କରି ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ଯାଇ ଜୟ ଶ୍ରୀରାମ କହୁଥିବା ଦେଖିବାକୁ ମିଳିଥିଲା । ସେହିପରି ବେଗୁନିଆପଡା ଗ୍ରାମବାସୀ ଏବଂ ଭକ୍ତ ମାନେ ୧୦୮ ହନୁମାନ ରୂପ ହୋଇ ମହାପ୍ରଭୁ ଶ୍ରୀ ରଘୁନାଥ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତିଙ୍କୁ ନେଇ ହନୁମାନବାଟିକା ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ସମସ୍ତଙ୍କ ମୁଖରେ ଜୟ ଶ୍ରୀରାମ ଧ୍ବନୀରେ ବେଗୁନିଆପଡା କମ୍ପି ଉଠୁଥିଲା । ଏଥିସହିତ ବେଗୁନିଆପଡ଼ା ବ୍ଳକ ର ନୂଆଁଗଡ଼ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଅଙ୍ଗାରଗାଁ, ତାଳସର ଗ୍ରାମରେ ନାମ ସଙ୍କୀର୍ତ୍ତନ ଶୋଭାଯାତ୍ରା, ନୂଆଗାଁ ରେ ମହନ୍ତ ଦାମୋଦର ଦାଶ ମହାରାଜଙ୍କ ନେତୃତ୍ଵରେ ହନୁମାନ ଚାଳିଶା ପାଠ,ସାଙ୍କୁଡ଼ାରେ ପ୍ରସାଦ ସେବନର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଏହି ଅବସରରେ ବେଗୁନିଆପଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment