ଭଞ୍ଜନଗର, ୧୨/୦୧ (ପିପିଟି):କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ସର୍ଭେକ୍ଷଣ ୨୦୨୩ ଅଭିଯାନରେ ଓଡିଶାରୁ ୧୬ଟି ସହରାଞ୍ଚଳ ଚୟନ ହୋଇଥିବା ବେଳେ ସେଥି ମଧ୍ୟରେ ଭଞ୍ଜନଗର ଏନ୍ଏସି ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଆର୍ବଜନା ମୁକ୍ତ ସହର ଭାବେ ଭଞ୍ଜନଗର ଏନଏସି ଜାତୀୟ ସ୍ତରରେ ଚୟନ ହେବା ପରେ ରାଷ୍ଟ୍ରପତିଙ୍କ ନିକଟରୁ ଆଜି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,କାର୍ଯ୍ୟ ର୍ନିବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ପରିମଳ ବିଭାଗ ଅଧିକାରୀ ଝଲକ କୁମାର ଦାସ ଯୋଗ ଦେଇଥିଲେ।ଏହି ଅବସରରେ ୧୫ହଜାର ରୁ ୨୫ହଜାର ଲୋକ ବସବାସ କରୁଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ସ୍ୱଚ୍ଛତା ଦୃଷ୍ଟିରୁ ଭଞ୍ଜନଗର ଏନଏସି ୬୭୭୬.୦୦ପଏଣ୍ଟ ପାଇ ୫ମ ସ୍ଥାନରେ ଥିବା ବେଳେ ଓଡ଼ିଶାରେ ଏହା ୧ନଂ ଥିବା ଘୋଷଣା କରାଯାଇଛି।ସେହିପରି ସର୍ବ ଭାରତୀୟ ସ୍ତରରେ ଆସିକା ଏନଏସି ୬୫୯୩.୦୦ ପଏଣ୍ଟ ପାଇ ୭ମ,ପୁରୁଷୋତ୍ତମ ପୁର ଏନଏସି ୬୫୪୬.୦୦ ପାଇ ୮ମ,କବିସୂର୍ଯ୍ୟ ନଗର ଏନଏସି ୬୫୧୨.୦୦ ପଏଣ୍ଟ ପାଇ ୧୦ମ ସ୍ଥାନରେ ଥିବା ଜଣାପଡ଼ିଛି।ଭୁବନେଶ୍ୱର ଠାରେ ଏସମସ୍ତ ଏନଏସି କୁ ଆଗାମୀ ଦିନରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।ଭଞ୍ଜନଗର ଏନଏସିର ସଫଳତା ପାଇଁ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏନଏସିର ସମସ୍ତ କର୍ମଚାରୀ ଓ ଭଞ୍ଜନଗର ସହରର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)