ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ବେଚର ବନ୍ଧୁମିଳନ ।

ବେଲଗୁଣ୍ଠା,୩୦/୧୨(ପିପିଟି) : ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ମା ବାସଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଙ୍ଗ ମେଳରୁ ସବୁଦିନ ପାଇଁ ଛାଡି ଚାଲି ଯାଇଥିବା କିଛି ବନ୍ଧୁ ଓ ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରଯାଇଥିଲା । ଦୀର୍ଘଦିନ ପରେ ଏହି ମିଳନରେ ଭୁବନେଶ୍ୱରରୁ ଆସି ଯୋଗ ଦେଇଥିବା ଅନିଲ ପୃଷ୍ଟି ଙ୍କୁ ଦିଲ୍ଲୀପ ଶତପଥୀ ଓ ରଜତ ସାହୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ବେଚର ୪୩ ଜଣ ବନ୍ଧୁ ଏକତ୍ରିତ ହୋଇଥିବା ବେଳେ ୨୫ ଜଣ ସପରିବାର ଯୋଗଦେଇଥିଲେ। ସମସ୍ତ ବନ୍ଧୁ ନିଜ ନିଜ ସ୍ତ୍ରୀଙ୍କୁ ଚୁଡି,ସିନ୍ଦୁର ଓ ଗୋଲାପ ଫୁଲ ଦେଈ କାର୍ଯ୍ୟକ୍ରମ କୁ ଆକର୍ଷଣୀୟ କରିଥଲେ। ଏହି କାର୍ଯ୍ୟକ୍ରମ କୁ ଚନ୍ଦନ ସାହୁ, ସାଇକୃଷ୍ଣ ପାତ୍ର ଓ ବାବୁଲା ବଢ଼େଇ ସଂଯୋଜନା କରିଥିବାରୁ ଉପସ୍ଥିତ ସଦସ୍ୟ ପ୍ରଶଂସା କରିଥିଲେ । ରମାକାନ୍ତ ମିଶ୍ର ଓ ଶୋଭନ ରେଡ୍ଡୀଙ୍କ ନେତୃତ୍ୱରେ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିବା ସମସ୍ତ ବନ୍ଧୁ ମାନଙ୍କୁ ସାଇ କୁମକୁମ ସାହୁ ମର୍ଯ୍ୟାଦା ପ୍ରଦାନ କରିଥିଲେ। ଭୋଜନ ପରିବେଷଣ ଦାୟିତ୍ଵ ରେ ଥିବା ଲୋକନାଥ ଆଚାର୍ଯ୍ୟ ଦିବ୍ୟ ଭୋଜନ ରେ ଆପ୍ୟାୟିତ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment