ବେଳଗୁଣ୍ଠା,୨୨/୧୦(ପିପିଟି):ବେଳଗୁଣ୍ଠା ସହରରେ ଏଲେକ୍ଟ୍ରି ଅଫିସ୍ ଦୁର୍ଗା ମଣ୍ଡପରେ ଶନିବାର ଦିନ ସପ୍ତମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏହି ପୂଜା ମଣ୍ଡପରେ ଦେବୀ ମା ଦୂର୍ଗା ଙ୍କ ସ୍ୱତନ୍ତ୍ର ରୀତି ନୀତି ରେ ମନ୍ତ୍ର ପାଠ ଓ ପୂଜା ହୋଈ ଜାଇଅଛି। ଗ୍ରାମ ର ପଣ୍ଡିତ ରାଧା କାନ୍ତ ପତି (ଯୋଗୀ)ଓ ତାଙ୍କ ସହଯୋଗୀ ପୂଜା ପାଠ କରିଥିଲେ । ରବିବାର ଦିନ ମହାଷ୍ଟମୀ ପୂଜା ଓ ମଙ୍ଗଳ ବାର ଦିନ ଦଶମୀ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସୂଚନା ଦେଇଛନ୍ତି ।ପୂଜା କମିଟି ତରଫରୁ ବିଭିନ୍ନ ଦିନ ସାଂସ୍କୁୃତିକ କାଯ୍ଯକ୍ରମ ରହିଥିବା ବେଳେ ଭକ୍ତମାନଙ୍କ ଶ୍ରୁଖଂଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା