ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ସାଇବର ସୁରକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ।

ପୋଲସରା, ୦୬୵୧୦(ପିପିଟି):ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ ୨୦୨୩।ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ଅଧକ୍ଷ ବନମାଳୀ ବେହେରା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବାଧନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅତିରକ୍ତ ଅରକ୍ଷ୍ୟ ଅଧିକ୍ଷକ, ରଞ୍ଜନ କୁମାର ପୃଷ୍ଟି ଙ୍କ ନେତୃତ୍ୱରେ, ଉପସ୍ଥିତ ଛାତ୍ର ଛାତ୍ରୀ ମାନଂକୁ, ଇଣ୍ଟେର୍ନେଟ ସଠିକ ବ୍ୟବହାର ଇଣ୍ଟେର୍ନେଟ ରେ ସୋସିଆଲ ମିଡ଼ିଆ । ଗେମିଙ୍ଗ ଅପ୍ପଲିକେସନ, ଆର୍ଥିକ କାରବାର ଜନିତ ସୁରକ୍ଷା, ଶିଶୁ ପୋର୍ଣଗ୍ରାଫି, ପ୍ରତିଶୋଧ ମୂଳକ ପୋର୍ଣଗ୍ରାଫି, ରିପୋର୍ଟିଙ୍ଗ ଆଦି । ସଠିକ ଭାବେ ବୁଝିବିଚାରି ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାକୁ ସଚେତନତା କରିଥିଲେ ।କାର୍ଯ୍ୟକ୍ରମରେ ପୋଲସରା ଥାନା ଭାରପ୍ରପ୍ତ ଅଧିକାରୀ କୌଶିକ ମାଝୀଙ୍କ ସମେତ ଅନ୍ୟ ଷ୍ଟାଫ୍ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଏଥି ସହିତ ମୋବାଇଲ ଏବଂ ଇଣ୍ଟେର୍ନେଟ, ବ୍ୟବହାର କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଥିଲା ଏଥିରେ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ମାନଂକୁ ଅଧିକ୍ଷକ ମୋହଦୟ ପୁରସ୍କୃତ ପ୍ରଦାନ କରିଥିଲେ ଏବଂ ସଠିକ ବୁଝି ବିଚାରି ମୋବାଇଲ ବ୍ୟବହାର କରିବାକୁ ପରମାର୍ଶ ଦେଇଥିଲେ,
ଏଥିରେ, N.C. C, ଏବଂ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିବା ବେଳେ ମହାବିଦ୍ୟାଳୟ ର ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ-ସନ୍ତୋଷ କୁମାର ପଟ୍ଟନାୟକ

Comments (0)
Add Comment