ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜିଲ୍ଲା ସ୍ତରୀୟ ପ୍ରଧାନ ଆଚାର୍ଯ୍ୟଙ୍କ ବୈଠକ ।

ହିଞ୍ଜିଳିକାଟୁ, ୨୪/୦୯(ପିପିଟି): ହିଞ୍ଜିଳି ପୋୖର ପରିଷଦ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ଗଞ୍ଜାମ ବିଭାଗ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ତା – ୨୪/୦୯ ରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ହିଞ୍ଜିଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଦ୍ବିତୀକୃଷ୍ଣ ସାବତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ମଞ୍ଚାସିନ ଅତିଥି ଭାବେ ବିଦ୍ୟାଳୟର ଉପ ସଭାପତି ଜଗଦୀଶ ଖାଡଙ୍ଗା ସମ୍ଭାଗ ସମ୍ପାଦକ କିରଣ କୁମାର ପାଢୀ, ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସହବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ବୈଠକରେ ଗଞ୍ଜାମ ବିଭାଗର ୫୫ଜଣ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।ଉକ୍ତ ବୈଠକରେ ବାର୍ଷିକ ଯୋଜନା ସମୀକ୍ଷା ଆଗାମୀ ତିନି ମାସ କାର୍ଯ୍ୟକ୍ରମ ଉପରେ ଆଲୋଚନା ସହ,ଶୈକ୍ଷିକ ବିଷୟ ଉପରେ ଭିନ୍ନ ଭିନ୍ନ ମତାମତ ନେଇ ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକ ସୁଚାରୁ ରୂପେ ସମ୍ପାଦିତ ହୋଇ ପାରିଥିବାରୁ ହିଞ୍ଜିଳି ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚଣ୍ଡୀ ପ୍ରସାଦ ବେହେରା ସମସ୍ତ ଆଚାର୍ଯ୍ୟ ବନ୍ଧୁ ଓ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମା ଓ ସହ କର୍ମଚାରୀଙ୍କୁ ସଭା ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ସଙ୍ଗର ଘୋଷଣା କରିଥିଲେ ।

ରିପୋର୍ଟ-ଅଜିତ କୁମାର ପଟ୍ଟନାୟକ

Comments (0)
Add Comment