କାଜୁରେ ତିଆରି ନିଆରା ଗଣେଶ ମୂର୍ତ୍ତି ।

ଭଞ୍ଜନଗର, ୨୩/୯(ପିପିଟି): ଏହି ଗଣେଶ ପୂଜା ଅବସରରେ ଚାରିଆଡ଼େ ବିଭିନ୍ନ ପ୍ରକାର ଛୋଟ ବଡ ଗଣେଶ ମୂର୍ତ୍ତି ତିଆରି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଉଁଶ ଲୁଣ୍ଡି ମଶାଣି ସାହିରେ ଏକ ନିଆରା ଗଣେଶ ପୂଜା ପାଉଛନ୍ତି।ଏହା କେବଳ ଗୋଟା କାଜୁରେ ନିର୍ମିତ ହୋଇଛି।ଗଣେଶଙ୍କ ବାହାନ ମୂଷିକ ମଧ୍ୟ କାଜୁରେ ତିଆରି ହୋଇଛି।ସାଢ଼େ ୭ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିରେ ୯କେଜି ୫ଶହ ଗ୍ରାମ କାଜୁ ଲାଗିଛି।ମୂର୍ତ୍ତି ନିର୍ମାଣ ବାବଦରେ ପ୍ରାୟ ୧୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।ଏହାକୁ ଭଞ୍ଜନଗର ଅଞ୍ଚଳର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଭି. ରାମା ରାଓଙ୍କ ପୁଅ ଭି. ଧର୍ମା ରାଓ ଏକ ମାସ ପରିଶ୍ରମ କରି ତିଆରି କରିଛନ୍ତି।ଏହି ପୂଜା ମଣ୍ଡପରେ ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଲାଗି ରହିଛି।ଅନେକ ଲୋକ ଏଭଳି ଏକ ଅନନ୍ୟ ମୂର୍ତ୍ତିକୁ ଦେଖି ବେଶ ପ୍ରଶଂସା କରିଛନ୍ତି।ପୂଜା କମିଟି ପକ୍ଷରୁ ଆଗକୁ ମଧ୍ୟ ଏଭଳି ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ନିର୍ମାଣ କରିବାକୁ ଆଶା ରଖାଯାଇଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Comments (0)
Add Comment