ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଗୁରୁଦିବସ ପାଳିତ ।

ଦିଗପହଣ୍ଡି, ୦୫/୦୯(ପିପିଟି): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଗୁରୁଦିବସ ପାଳିତ ହେଇଯାଇଛି । ଏଥିରେ ସ୍ନାତକ ଅଧ୍ୟକ୍ଷ ରଘୁନାଥ ନାୟକ,ଉପାଧ୍ୟକ୍ଷ ନିହାର ରଞ୍ଜନ କୋର,ପ୍ରାଣୀ ବିଜ୍ଞାନ ମୁଖ୍ୟ ଲିଙ୍ଗରାଜ ପାଣିଗ୍ରାହୀ ,ଉଦ୍ଭିଦ ବିଜ୍ଞାନ ମୁଖ୍ୟ ପ୍ରଶାନ୍ତ କୁମାର ପଣ୍ଡା ନୀଲମ ମହାରଣା ,ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ପାରମ୍ପରିକ ରୀତିନୀତି ରେ ଗୁରୁପୂଜା ,ଗୁରୁବନ୍ଦନା ଗାନ କରିଥିଲେ । ଅଧ୍ୟକ୍ଷ ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଭାରତ ରେ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ ।

ରିପୋର୍ଟ-ଆରତ କୁମାର ହୋତା

Comments (0)
Add Comment