ପିଇଓ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ଆବାସ,ମୋ ଘର ଭଳି ଅନେକ ଉନ୍ନୟନ କାର୍ଯ୍ୟ ଠପ ।

ପିଇଓ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ଆବାସ,ମୋ ଘର ଭଳି ଅନେକ ଉନ୍ନୟନ କାର୍ଯ୍ୟ ଠପ ।

ଉଲୁଣ୍ଡା,୨୬୵୦୮(ପିପିଟି): ପଞ୍ଚାୟତ ସ୍ତରରେ ଗାଁ ଗାଁ ରେ ଗରିବ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୂମିକା ଅନେକ ଗୁରୁତ୍ବବହନ କରୁଛି।‌ ମାତ୍ର ୧୦ ଦିନ ହେଲା ପିଇଓ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରଭାବରେ ତୃଣମୂଳ ସ୍ତରରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଆଗକୁ ଚାଉଲ, ଭତ୍ତା ଟଙ୍କା ଉଠାଣରେ ସମସ୍ୟା ଦେଖାଦେବା ସମ୍ଭାବନା ରହିଛି।‌ ଏପରିକି ମନରେଗା,ସି ଏଫ ସି,ଏସ ଏଫ ସି ଭଳି ବିଭିନ୍ନ ଯୋଜନା ରେ ଉନ୍ନୟନ କାର୍ଯ୍ୟର ବିଲ ପ‌ଇଠରେ ପିଇଓଙ୍କ ଭୂମିକା ରହିଥିବା ବେଳେ ଆନ୍ଦୋଳନ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପ୍ରକାଶ ଯେ, ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ବାନ କ୍ରମେ ଗତ ୧୮ ରୁ ୨ ଦଫା ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ୯ ଜଣ ପିଇଓ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଏମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରଭାବରେ ବ୍ଳକର ୧୫ ଗୋଟି ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ସାଙ୍ଗକୁ ଜରୁରୀକାଳୀନ ଭିତ୍ତିରେ ଦିଆଯାଉଥିବା ମୃତ୍ୟୁକାଳୀନ ହରିଶ୍ଚନ୍ଦ୍ର ସହାୟତା ସହିତ ଗ୍ରାମୀଣ ଆବାସ ଘର,ମୋ ଘର, ଏପରିକି ଆଗକୁ ଭତ୍ତା, ଚାଉଳ ଉଠାଣରେ ମଧ୍ୟ ପ୍ରଭାବିତ ହେବା ଯଥେଷ୍ଟ ଆଶଙ୍କା ରହିଛି। ବୀରମହାରାଜପୁର ସଂଘ ସଭାପତି ଲିଙ୍ଗରାଜ ପଧାନ ଙ୍କ କହିବା ଅନୁସାରେ ପିଇଓଙ୍କ ଅଧିନରେ ଜି ଆର ଏସ,ଯୋଗାଣ ସହାୟକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ପାସ ରହିଛି। ପିଇଓଙ୍କ ଡିଗ୍ରୀ, ଯୋଗ୍ୟତା ମାପଦଣ୍ଡ ରଖାଯିବା ଓ ପରେ ଲେବଲ- ୫ ରୁ ଲେବୁଲ-୯ କୁ ଉନ୍ନତ କରାଯିବା ସହ ଅଭିଜ୍ଞ ତଥା ବରିଷ୍ଠତା ଭିତ୍ତିରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇଁ ସଂଘ ଦାବି କରୁଥିବା ଶ୍ରୀ ପଧାନ କହିଛନ୍ତି। ୨୦୧୩-୧୪ ରୁ ପିଇଓଙ୍କ ପଦୋନ୍ନତି ହୋଇ ନାହିଁ। ଯାହାଫଳରେ ୧୦ ବର୍ଷ ଧରି ପଦୋନ୍ନତି ହେଉ ନାହିଁ। ସରକାର ଦାବି ପୂରଣ ନକଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ସୂଚନା ରହିଛି।

ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment