ସାମ୍ବାଦିକଙ୍କ ମାତୃ ବିୟୋଗ ।

ବୋଲଗଡ଼,୧୦/୦୧(ପିପିଟି):ବୋଲଗଡ ପ୍ରେସ୍ କ୍ଳବ ର ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କର ମାଆ ୮୧ବର୍ଷରେ ବାର୍ଦ୍ଧକ୍ୟ ଜନିତ କାରଣରୁ କୌଶଲ୍ୟା ସ୍ୱାଇଁଙ୍କର ସକାଳ ୬ଟାରେ ନିଜ ବାସ ଭବନରେ ନିଧନ ଘଟିଛି। ଶ୍ରୀମତୀ ଦେଇଙ୍କର ସ୍ୱାମୀ ସ୍ୱର୍ଗତ ପରିକ୍ଷିତ ସ୍ୱାଇଁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ଶ୍ରୀମତୀ ଦେଇ ଏକାଧାରାରେ ମିଷ୍ଟଭାଷୀ, ନିଷ୍କପଟ, ଦୟାଳୁ, ଧର୍ମପରାୟଣା, ମେଳାପି ଓ ପରୋଉପକାରି ଥିଲେ। ଶେଷ ନିଶ୍ୱାସତ୍ୟାଗ ସମୟରେ ତିନିପୁଅ ଦଣ୍ଡପାଣି ସ୍ୱାଇଁ, ପ୍ରମୋଦ କୁମାର ସ୍ୱାଇଁ, ପ୍ରସନ୍ନ କୁମାର ସ୍ୱାଇଁ ଓ ତିନିବୋହୁ ନାତିନାତୁଣି ଉପସ୍ଥିତ ଥିଲେ। ସକାଳେ ତାଙ୍କର ଚୁଡ଼ା ଗ୍ରାମ ସ୍ମସାନରେ ଶେସକୃତ୍ୟ ସମ୍ପର୍ଣ କରାଯାଇଛି। ଶ୍ରୀମତୀ ଦେଇଙ୍କର ବିୟୋଗରେ ସମଗ୍ର ଚୁଡ଼ା ଗ୍ରାମ ଓ ବୋଲଗଡ଼ ପ୍ରେସକ୍ଳବ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment