ବିଦ୍ୟାବିକାଶ ନିକେତନ ରେ ୭୬ତମ ସ୍ୱାଧୀନତା ଦିବସ ପାଳିତ।

ବୋଲଗଡ଼,୧୫/୦୮(ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତର ଆଜି ବିଦ୍ୟାବିକାଶ ନିକେତନ ଶିଶୁ ମନ୍ଦିରରେ ୭୬ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଆଜି ସାରା ଭାରତ ବର୍ଷରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ, ବେସରକାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାଡ଼ମ୍ବରରେ ଆଜାଦୀ କା ଅମୃତ ମହୋତ୍ସବ ୭୬ତମ ସ୍ୱାଧୀନତା ଦିବସ ପାଳିତହୋଇଅଛି ଆଜି ବିଦ୍ୟା ବିକାଶ ନିକେତନର କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ , ଗୁରୁମା ଏବଂ ବିଦ୍ୟାଳୟ ର ପରିଚାଳନା କମିଟିର ସଭ୍ୟ ମୋ ସ୍କୁଲ କମିଟିର ବିଭିନ୍ନ ସଭ୍ୟ ମାନଙ୍କ ଉପସ୍ଥିରେ ପାଳିତ ହୋଇଥିଲା। ପ୍ରଥମେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗ୍ରାମ ବୁଲି ବିଦ୍ୟାଳୟ ପରିସରରେ ପ୍ୟାରେଡ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରମାମଣୀ ଦେଇ, ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ଯୋଗଦେଇଥିଲେ। ଶେଷରେ ସରପଞ୍ଚ ପତାକା ଉତ୍ତୋଳନ କରିଥିବା ସହିତ ପୂର୍ବରୁ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ,ଦୀର୍ଘ ଦୁଇ ବର୍ଷ ହବ ପିଲାମାନେ ସ୍ୱାଧୀନତା ଦିବସ ରେ ଅଂଶ ଗ୍ରହଣ କରିପାରୁନଥିଲେ କରୋନାର ପ୍ରଭାବ ଥିବା ଯୋଗୁଁ ତେଣୁ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିପାରି ଥିବାରୁ ସେମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ପରିଶେଷରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment