ଜିଲ୍ଲାର ବିଭିନ୍ନ ସ୍ଥାନରେ ଗିରିଗୋବର୍ଧନ ପୁଜା ଉତ୍ସବ ଅନୁଷ୍ଠିତ ।

ଉଲୁଣ୍ଡା,୦୬/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ସ୍ଥିତ ପ୍ରସିଦ୍ଧ ବରାହପଦର ମଠରେ ପବିତ୍ର ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବ ଧୁମଧାମରେ ପାଳିତ ହୋଇଥିବା ବେଳେ ଏଠାରେ ଶ୍ରଦ୍ଧାଳୁ ମାନଙ୍କର ବିପୁଳ ସମାଗମ ହୋଇଥାଲା । ଏହି ଉପଲକ୍ଷେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଳ ନାମ ସଙ୍କୀର୍ତ୍ତନ ସାଙ୍ଗକୁ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ସାମୂହିକ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ବରାହପଦର ମଠ ବାବା ନିତ୍ଯଗୋପାଳ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପୂର୍ବବର୍ଷ ଭଳି ଏବର୍ଷ ମଧ୍ଯ ଆୟୋଜନ କରାଯାଇଥିଲା । ଏଠାକୁ ହଜାର । ବରାହପଦର ମଠରେ ଗିରିଗୋବର୍ଦ୍ଧନ ପୂଜା ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିଲା । ସେହିଭଳି ଉଲୁଣ୍ଡା ବ୍ଲକର ଅନନ୍ତପାଲି ଯୋଗୀନ୍ଦ୍ର ବାବା ମଠ, ବମରାଜ ମଠ,ପଧାନପାଲିର ନୃସିଂହ ଖମଣ ମଠରେ ମଧ୍ୟ ମହା ସମାରୋହରେ ଗିରିଗୋବର୍ଧନ ପୂଜା ପାଳନ ହୋଇଯାଇଛି ।ଏହି ଅବସରରେ ଭଜନ କୀର୍ତ୍ତନ,ଭାଗବତ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment