ଯାଜପୁର,୦୧/୦୮(ପିପିଟି) : ଦେଉଳି ହିଲଟପ୍ ରେ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକଙ୍କ ନେତୃତ୍ୱରେ ୬ଗୋଟି ଜୋନର ଯୁବ ବିଜେଡି ସଭାପତି ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଧର୍ମଶାଳାର ବିକାଶ ଧାରା ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୁବ ବିଜେଡି ପ୍ରମୁଖ ଅଂଶଗ୍ରହଣ କରୁବୋଲି କହିବା ସହିତ ଯୁବ କର୍ମୀମାନେ ପ୍ରତ୍ୟେକ ପାୟତର ୱାର୍ଡ ସ୍ତରକୁ ଯାଇ ଲୋକଙ୍କର ସମସ୍ୟାରେ ଜଡିତ ହୋଇ ଲୋକଙ୍କୁ ସହଯୋଗର ହାତ ବଢାଇବା ସହିତ ସମସ୍ୟାମୁକ୍ତ ଧର୍ମଶାଳା ଗଢିବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରତ୍ୟେକ ଜୋନର ସଭାପତିମାନେ ୫୪ଗୋଟି ପାଞ୍ଚାୟତର ପ୍ରତ୍ୟେକ ୱାର୍ଡରୁ ୫ଜଣ ଲେଖା ନେଇଥିବା ଯୁବ କର୍ମକର୍ତ୍ତା ସଦସ୍ୟତାଙ୍କୁ ବିଧାୟକଙ୍କୁ ହସ୍ତାନ୍ତର କରିଥିଲେ ଏବଂ ଯୁବକର୍ମୀମାନେ କରୋନା ମହାମାରି ସମୟରେ ଯେଉଁଭଳି ଲୋକଙ୍କ ପାଖରେ ପହି ସହଯୋଗର ହାତ ବଢାଇଥିଲେ ବିଧାୟକ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ । ଉକ୍ତ ବୈଠକରେ ୧୧ନଂ ଜୋନ ସଭାପତି ପ୍ରଦୀପ ପାଲ, ୧୨ ନଂ ଜୋନ ସଭାପତି ଶକ୍ତିରଞ୍ଜନ ଦାସ, ୧୩ନଂ ଜୋନ ସଭାପତି ଜିତେନ୍ଦ୍ର ପାଲ, ୧୪ନଂ ଜୋନ ସଭାପତି ତ୍ରିଲୋଚନ ରାଉତ, ୧୫ନଂ ଜୋନ ସଭାପତି ସଞ୍ଜୟ ମଳ, ୩୪ ନଂ ଜୋନ ସଭାପତି ବିଶ୍ୱନାଥ, ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁବ୍ରତ ଧଳ, ସାଧାରଣ ସମ୍ପାଦକ ବିକାଶ ଦାସ, ଡିଜିଟାଲ ସେକ୍ରେଟାରୀ ଚନ୍ଦନ ଓଝା, ଧର୍ମଶାଳା ବ୍ଲକ୍ ଯୁବ ବିଜେଡି ଉପସଭାପତି ଅରୂପ ନାରାୟଣ ପ୍ରସାଦ, ସମ୍ପାଦକ ଦେବଜିତ୍ ବେହେରା, ଦୀପକ କୁମାର ଜେନା, ଅରୂପାନନ୍ଦ ଜେନା, ସାଧାରଣ ସମ୍ପାଦକ ରିତେଶ ମିଶ୍ର, ଜିତେନ୍ଦ୍ର ରାଉତ, ଅନିଲ କୁମାର ରାଉତ, ରାହୁଲଦେବ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭାପତି ନାୟକ ବିଧାୟକଙ୍କ ବକ୍ତବ୍ଯକୁ ୱାର୍ଡ ସ୍ତରରେ ପହଞ୍ଚାଇ ସମସ୍ୟାମୁକ୍ତ ଧର୍ମଶାଳା ଗଢିବାପାଇଁ ସମସ୍ତ ଯୁବକର୍ମୀମାନେ ବିଧାୟକଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ ।