କୋଦଳା,୨୨/୦୫(ପିପିଟି); ବାରମ୍ବାର ତାଗିଦ ଓ ଅନୁରୋଧ ସତ୍ୱେ ମାନୁନାହାନ୍ତି ଅମାନିଆ । ବିବାହ ଓ ବ୍ରତ ଘର ୨୫ଜଣ ରହିବା ସହିତ ଭୋଜି ସମ୍ପୂର୍ଣ ବନ୍ଦ ନିର୍ଦ୍ଦେଶ ଥିବାବେଳେ ଏହାକୁ ଫୁ ରେ ଉଡାଇ ଦେଉଛନ୍ତି ଅମାନିଆ । ଶୁକ୍ରବାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ କୋଦଳା ତହସିଲ ପ୍ରଶାସନ ଚଢ଼ାଉ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ବଧି ସାହିରେ ଦୁଖୀଶ୍ୟାମ ସ୍ବାଇଁଙ୍କ ପୁଅ ବାହାଘର ଭୋଜି ଚାଲିଥିବା ବେଳେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ଆୟୋଜକଙ୍କ ଠାରୁ ୮୦୦୦/-ଜୋରିମାନା ଆଦାୟ କରିଥିବା ଜଣାପଡିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )