ମାଲକାନଗିରି,୧୬/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୪୫ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା ୭୫୩ କୁ ବୃଦ୍ଧି ପାଇଛି । ଚାରି ଗୋଟି କୋଭିଡ କେୟାର ସେଣ୍ଟରରେ ୧୨୮ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ନିଜ ନିଜ ଘରେ ସଂଗରେୀଧରେ ରହି ୫୪୭ ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି ।ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୧୪୫ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୧୬ ଜଣ, ବାଲିମେଳା ଏନଏସିରେ ଜଣେ, ମାଲକାନଗିରି ବ୍ଲକରେ ୧୫ ଜଣ, କୋରୁକୋଣ୍ଡା ବ୍ଲକରେ ୯ ଜଣ, ମାଥିଲି ବ୍ଲକରେ ୩୫ ଜଣ,ଖଇରପୁଟ ବ୍ଲକରେ ୨୪ ଜଣ, କାଲିମେଳା ବ୍ଲକରେ ୨୫ ଜଣ, ପଡିଆ ବ୍ଲକରେ ୧୧ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୯ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୭୦୩ ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୯୨୧ ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି ।୭୫୩ ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୯ ରେ ପହଞ୍ଚିଛି! ବର୍ତ୍ତମାନ ୭୫୩ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ଯରୁ ମାଲକାନଗିରି ସଦର ମହକୁମା କୋଭିଡ ହସପିଟାଲରେ ୩୮ଜଣ,ବିଇଡି କଲେଜ କୋଭିଡ କେୟାର ସେଣ୍ଚର ୨ଟିରେ ୪୩ ଜଣ ଏବଂ କାଙ୍ଗୁରକୋଣ୍ଡା କୋଭିଡ କେୟାର ସେଣ୍ଟରରେ ୩୯ ଜଣ ଅଦ୍ଯାବଧି ଚିକିତ୍ସିତ ହେଉଥିବା ବେଳେ ବାକି ୬୩୩ ଜଣ କରୋନା ସଂକ୍ରମିତ ରୋଗୀ ନିଜ ନିଜ ଘରେ ସଂଗରୋଧ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଯେଉଁମାନଙ୍କର ସ୍ବାସ୍ଥ୍ଯ ଅଧିକ ଖରାପ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ୧୨୦ ଜଣ କରୋନା ରୋଗୀ ୪ ଗୋଟି କୋଭିଡ୍ କେୟାର୍ ସେଣ୍ଟର୍ ବା ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି । ପ୍ରତି ଦିନ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କ ସ୍ବାସ୍ଥ୍ଯ ଅବସ୍ଥା ସଂପର୍କରେ ମଧ୍ଯ ବିବରଣୀ ସଂଗ୍ରହ କରାଯାଉଥିବା ଜଣା ପଡିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment