ମାଲକାନଗିରି କୋଭିଡ୍ ହସ୍ପିଟାଲରେ ଇ-ସାକ୍ଷାତ ସେବା ଆରମ୍ଭ;କରୋନା ରୋଗୀ ସହ ବାର୍ତ୍ତାଳାପ ହୋଇ ପାରିବେ ସଂପର୍କୀୟ ।

ମାଲକାନଗିରି,ତା:୦୮/୦୫(ପିପିଟି);ଓଡିଶାର ୩୦ ଗୋଟି ଜିଲ୍ଲା ମଧ୍ଯରେ ମାଲକାନଗିରି ଏକ ପଛୁଆ ଜିଲ୍ଲା ଭାବେ ଗଣନା କରାଯାଇଥିବା ବେଳେ ବୈଜ୍ଞାନିକ ଉପକରଣକୁ ସଦ ବ୍ଯବହୃତ କରି ଏବେ ଜନ ମାନସରେ ପ୍ରଶଂସା ସାଉଁଟିବାରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ଆଉ ପାଦେ ଆଗୁଆ । କରୋନା ଭୂତାଣୁ ଦ୍ବାରା ପ୍ରତି ଦିନ ଲୋକମାନେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରୋଗୀଙ୍କ ସହିତ ନିଜର ଲୋକଙ୍କ ସାକ୍ଷାତ, ବାର୍ତ୍ତାଳାପ ହେବା ସମ୍ଭବ ହେଉ ନଥିଲା । ରୋଗୀଙ୍କ ଅବସ୍ଥା ଜାଣିବା ଆତ୍ମୀୟ ସ୍ବଜନ ପାଇଁ ସାତ ସପନ ହୋଇପଡୁଥିଲା । ବେଳେବେଳେ କରୋନାରେ ରୋଗୀ ପ୍ରାଣ ତ୍ଯାଗ କରୁଥିବା ବେଳେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଉଥିଲା ଏବଂ ଡାକ୍ତରଙ୍କ ଅବହେଳା ବୋଲି ଅଭିଯୋଗ ଆସୁଥିଲା । ଏହାକୁ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ଇ-ସାକ୍ଷାତ ସେବା କୋଭିଡ ହସପିଟାଲରେ ଆରମ୍ଭ କରିଛନ୍ତି
ଫଳରେ ରୋଗୀ ସହିତ ଆତ୍ମୀୟ ସ୍ବଜନ ବାର୍ତ୍ତାଳାପ କରିବା ସହ ରୋଗୀଙ୍କ ଅବସ୍ଥା ସଂପର୍କରେ ଅବଗିତ ହୋଇ ପାରିବ । ଘଟଣାରୁ ପ୍ରକାଶ ଯେ ଗତ ଶୁକ୍ରବାର ଦିନ ଏମଭି-୧୫ ଗ୍ରାମର ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ ମାଲକାନଗିରି ସଦର କୋଭିଡ ହସ୍ପିଟାଲରେ ଚିକିତ୍ସା ହୋଇ ଆସୁଥିବା ବେଳେ ମୃତ୍ଯୁ ବରଣ କରିଥିଲା । ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଙ୍କୁ ପରାମର୍ଶ କରି ମହିଳାଙ୍କ ସ୍ବାସ୍ଥ୍ଯ ଅବସ୍ଥା ଉପରେ ପଚାରି ବୁଝିଥିଲେ । ଡାକ୍ତର ଭଲ ଅଛି କହିବା ପରେ ସଂର୍କୀୟମାନେ ଘରକୁ ଚାଲିଯାଇଥିଲେ । ମାତ୍ର ଶୁକ୍ରବାର ଦିନ ମରିବା ଖବର ପାଇବା ପରେ ସିଡିଏମଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରୋଗୀଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିଥିଲେ ଏବଂ ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ସେମାନେ ବିକ୍ଷୋଭ ଏବଂ ଅନଶନରେ ବସିବା ପାଇଁ ଦମ୍ଭୋକ୍ତି ଜାହିର କଲାପରେ ସ୍ଥାନୀୟ ପୋଲସ ଆସି ବୁଝାସୁଝା କରି
ପରିସ୍ଥିତିକୁ ଶାନ୍ତ କରିଥିଲେ । ତେବେ ଏଖବର ଜିଲ୍ଲାପାଳ ୱାଇ. ବିଜୟ ଅବଗତ ହେଲା ପରେ ମାଲକାନଗିରି କୋଭିଡ ହସ୍ପିଟାଲରେ ଇ-ସାକ୍ଷାତ ସେବା ଆରମ୍ଭ କରାଯାଇଛି । ରୋଗୀମାନଙ୍କ ସହିତ ସେମାନଙ୍କ ସଂପର୍କୀୟମାନେ ସ୍ବାସ୍ଥ୍ଯ ସଂପର୍କିତ ସମସ୍ତ ଭଲ ମନ୍ଦ ବୁଝିବା ସହ ସିଧା ଶଳଖ ବାର୍ତ୍ତାଳାପ କରି ପାରିବେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment