ଗଞ୍ଜାମ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ସ୍ବର୍ଗତ ବିମଳା ମହାନ୍ତି ଶ୍ରାଦ୍ଧ ଉତ୍ସବ ପାଳିତ ।

ଶେରଗଡ, ୧୨/୦୨(ପିପିଟି); ଶେରଗଡ ଗଞ୍ଜାମ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ସ୍ୱର୍ଗତ ବିମଳା ମହାନ୍ତିଙ୍କ ୨ୟ ଶ୍ରାଦ୍ଧ ଉତ୍ସବ ଗତ ୧୧ ତାରିଖ ସନ୍ଧ୍ୟା ରେ ବ୍ରହ୍ମପୁର ବ୍ରଜ ନଗର ୩ ଲାଇନ ରେ ବିମଳା ଭବନରେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭ ରେ ସ୍ୱର୍ଗତ ବିମଳା ମହାନ୍ତି ପ୍ରତି ଛବିରେ ପୁଷ୍ପମାଲ୍ଯ ଅର୍ପଣ କରି ସମବେତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ଓୟୁଡ଼ବ୍ଲୁଜେ ର ରାଜ୍ୟ କୋଷାଧ୍ୟକ୍ଷ ନିତ୍ୟ ନିରଂଜନ ପଣ୍ଡା ଅନଲାଇନ ରେ ଦେଇଥିବା ଶ୍ରଦ୍ଧାଞ୍ଜଳି ବାର୍ତ୍ତାକୁ ସମସ୍ତଙ୍କୁ ଶୁଣିବା ପରେ ସାମ୍ବାଦିକ ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ ରାଜେଶ କୁମାର ପଟ୍ଟନାୟକ ରାମ ପ୍ରସାଦ ସାମଲ, ପ୍ରାର୍ଥ ସାରଥୀ ଧଳ, ଜୟ ରାମ ନାହାକ,ବାଳ କୃଷ୍ଣ ବିଷୋୟୀ ,ସମାଜ ସେବି ସ୍ନିଧା ରାଣୀ ପଟ୍ଟ ନାୟକ, ସ୍ମିତା ପଟ୍ଟନାୟକ,ସ୍ୱାସ୍ଥ୍ୟ କର୍ମୀ ଝୁନୁ ପଟ୍ଟନାୟକ ଓ ହିମାଂଶୁ କୁମାର ମହାନ୍ତି, ପ୍ରମୁଖ ବିମଳାଙ୍କ ଶ୍ରୁତି ଚାରଣ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିଶେଷ ରେ ଓଡିଶାର କର୍ମଜୀବୀ ସାମ୍ବାଦିକ ମହାସଙ୍ଘ ଜିଲ୍ଲା ୟୁନିଟ ଯୁଗ୍ମ ସମ୍ପାଦକ ହରେ କୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment