ସାନଖେମୁଣ୍ଡି ଯନ୍ତ୍ରୀଙ୍କ ଚୌକି କେତେ ଟଙ୍କାରେ ନିଲାମ କରିଛନ୍ତି ମୋ ସରକାର !

ବ୍ରହ୍ମପୁର,୧୦/୦୧(ପିପିଟି); ଗଞ୍ଜାମ ଜିଲ୍ଲାରେ ଦୁର୍ନୀତିର ବୁଢିବୁଢିଆଣୀ ଜାଲ ଭଳି ସୃଷ୍ଟି ହୋଇଛି ଯାଇଛି। ଯେଉଁ ବିଭାଗ କଥା ଚିନ୍ତା କରିବେ ସବୁଠି ଦୁର୍ନୀତି। ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ଭୁବନେଶ୍ବରରେ ରଖିଛନ୍ତି କିନ୍ତୁ ନିଜ ଜିଲ୍ଲାରେ ଦୁର୍ନୀତି ପ୍ରବଳ। ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ଡିଭିଜନ ବ୍ରହ୍ମପୁର ଅଧିନରେ କୋଟି କୋଟି ଟଙ୍କାର ଦୁର୍ନୀତି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଏହି ଦୁର୍ନୀତିର ପ୍ରଭାବ ଆଗରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଓ 5T ନିଷ୍ପ୍ରଭ । ଏଠାରେ ଅନେକ ପାଠ ଅଛନ୍ତି କିନ୍ତୁ ସେମାନଙ୍କ ପକେଟରେ ଭିଜିଲାନ୍ସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ରେ ଦୁର୍ନୀତି ହୋଇଛି। ସ୍ବଛ ଭାରତ ମିଶନରେ ଲେଟିନ୍ ପାଇଁ ହିତାଧିକାରୀଙ୍କ ଠାରୁ ଦୁଇ ରୁ ତିନି ହଜାର ଟଙ୍କା ଆଦାୟ ହୋଇଥିବା ରସ୍ତା ଘାଟ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ଏସବିଏମ୍ ଲେଟିନ୍ ପାଇଥିବା ହିତାଧିକାରୀଙ୍କ ତାଲିକା ଏବଂ କେଉଁ ଏକାଉଣ୍ଟସ୍ କୁ ଟଙ୍କା ଯାଇଛି ଯଦି ଯାଞ୍ଚ ହେବ ତାହା ହେଲେ ସବୁ କଥା ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସାନଖେମୁଣ୍ଡି ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କ ଅଖଣ୍ଡ ପ୍ରଭାବ ରହିଛି। ସେ ନିଜର ଚୌକିକୁ ନିଲାମ କରି ନେଇଛନ୍ତି। ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ ତା- ୨୫/୦୬/୨୦୧୧ ଠାରୁ କାର୍ଯ୍ୟରତ ଅଛନ୍ତି। ତାଙ୍କ ପାଇଁ ସର୍ଭିସ୍ ଆକ୍ଟ ଲାଗୁ ନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଚିବାଳୟ ପର୍ଯ୍ୟନ୍ତ ଚାନ୍ଦା ନେଉଥିବାରୁ ଯନ୍ତ୍ରୀ ଶ୍ରୀ ସାହୁଙ୍କ ଚୌକି ସୁରକ୍ଷିତ ବୋଲି ଚର୍ଚ୍ଚା ଜୋର ଧରିଛି କିନ୍ତୁ ଚର୍ଚ୍ଚା ପଛର ଘଟଣାର ସତ୍ଯାସତ୍ଯ କଣ ଅନୁସନ୍ଧାନ ସାପେକ୍ଷ। ସେହିପରି ଯନ୍ତ୍ରୀ-୨ ଉପମା ଘଡେଇ ମଧ୍ୟ ତା-୩୦/୦୯/୨୦୧୫ ଠାରୁ କାର୍ଯ୍ୟରତ ଅଛନ୍ତି। ତାଙ୍କ ସମୟରେ ଏସବିଏମ୍ ଘୋଟଲା ହୋଇଛି। ସାନଖେମୁଣ୍ଡି ବ୍ଲକରେ ହୋଇଥିବା ପନୀୟ ଜଳ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ଏବଂ ଏସବିଏମ୍ ରେ ହୋଇଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

Comments (0)
Add Comment