ମିଥୁନ ସାହୁ ହତ୍ୟାକାଣ୍ଡରେ ୩ଜଣ ଗିରଫ ।

ଭଞ୍ଜନଗର,,୨୩/୧୨(ପିପିଟି) ତାରସିଂ ଥାନା ଟାଙ୍ଗଣ ଗ୍ରାମର ମିଥୁନ ସାହୁ ଗତ ୨ତାରିଖରେ ସାଙ୍ଗମାନଙ୍କ ସହ ଯାଇ ଆଉ ଘରକୁ ଫେରି ନଥିଲା। ତାର ବାପା କୋକ ସାହୁ ଠାରୁ ନିଖୋଜ ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ୨୧ଦିନ ପରେ ଗତକାଲି ତିଳିସିଙ୍ଗି ଓ ଲେମ୍ଭେଇ ମଝିରେ ଥିବା କତରା ନାଳରୁ ମିଥୁନ ର ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଥିଲା।ତଦନ୍ତ ବେଳେ ନୂଆ ଟାଙ୍ଗଣ ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ଼ ହଠାତ ଫେରାର ହୋଇଯିବାରୁ ପୋଲିସ ତାକୁ ସନ୍ଦେହ କରି ଭୁବନେଶ୍ୱରରୁ କୃଷ୍ଣକୁ ଗିରଫ କରିଥିଲା। ଏହା ଏକ ତ୍ରିକୋଣୀୟ ପ୍ରେମ ଘଟଣା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଗୌଡ଼ ଥିବା ବେଳେ ତାକୁ ବାହୁକ ପଲି ର ସନ୍ତୋଷ ନାଇକ ଓ କାଦ ଲୁଣ୍ଡିର ବାୟା ନାଇକ ସହଯୋଗ କରିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment