ବ୍ରହ୍ମପୁର,୨୮/୧୧; ନୟାଗଡ ପରୀ ଘଟଣାରେ ଗ୍ରାମାଞ୍ଚଳରୁ ରାଜଧାନୀ ଯାଏଁ ତଦନ୍ତର ଶୀତଳତା ନେଇ ତାତି ଉଠିଛି। ବିଧାନସଭାରେ ମଧ୍ଯ ଏହି ଝଡ ନେଇ ଅଚଳ ଅବସ୍ଥା ଜାରି ରହିଛି। ବହୁ ସ୍ଥାନରେ କଂଗ୍ରେସ ଓ ବିଜେପି ପରୀର ନ୍ଯାୟ ପାଇଁ ସ୍ୱର ଉତ୍ତୋଳନ ଜାରି ରଖିଛିନ୍ତି। କିନ୍ତୁ ବ୍ରହ୍ମପୁରରେ ବୁଦ୍ଧିଜୀବି ଓ ସାମାଜିକ ସଂଗଠନ ଅଣ୍ଟା ଭିଡିଛନ୍ତି। ଶିଶୁକନ୍ଯାଟିର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବଡ ବଡ ବିଜ୍ଞାପନରେ ସୀମତ ରହିଥିବା, ପରୀ ଏବଂ ପରୀ ଭଳି ଅନେକ କନ୍ଯାରତ୍ନ ଓ ମହିଳାଙ୍କ ଘଟଣାରୁ ଜଣା ପଡିଛି। ଦୀର୍ଘ ୪ମାସ ଗୋଟିଏ କମ୍ ସମୟ ନୁହେଁ ଦୋଷୀକୁ ଧରି ଦଣ୍ଡ ବିଧାନ କରିବା ପାଇଁ। କିନ୍ତୁ ସରକାରଙ୍କ ସମ୍ବେଦନହୀନ କାର୍ଯ୍ଯ ଯୋଗୁଁ ପରୀ ଭଳି ଶିଶୁ ସମେତ ବହୁ ମହିଳାଙ୍କ ଘଟଣା ଶୀତଳଭଣ୍ଡାରରେ ରହିଆସୁଅଛି ।ବାସ୍ତବରେ ମହିଳା, ସର୍ବୋପରି କନ୍ଯାଶିଶୁ କ୍ଷେତ୍ରରେ ଶାସନ ବ୍ଯବସ୍ଥା ବହୁ ସମ୍ବେଦନଶୀଳ ଭାବରେ ଗ୍ରହଣ କରିବାକଥା ଏବଂ ଦୃଷ୍ଟାନ୍ତ ମୂଳକ କଠୋର କାର୍ଯ୍ଯାନୁଷ୍ଠାନ ତ୍ୱରିତ ବେଗରେ ଗ୍ରହଣ କରିଲେ ଏହିଭଳି ଘଟଣା ହ୍ରାସ ଘଟିବ। ବିଳମ୍ବିତ ନ୍ଯାୟ, ନ୍ଯାୟ ନୁହେଁ। ଗଞ୍ଜାମ ଜିଲ୍ଲାରେ ପରୀକୁ ନେଇ ସମାଜିକ କର୍ମୀ ତୁମ୍ବେଶ୍ୱର ନାୟକ ଓ ଅନନ୍ତ ମହାନ୍ତିଙ୍କ ପ୍ରଚେଷ୍ଟାରେ ବ୍ରହ୍ମପୁର ସହରରେ ଆଜି କାହ୍ନା ଚ୍ଯାରେଟିବେଲ ଟ୍ରଷ୍ଟର ରଞ୍ଜନା ମିଶ୍ର,ସୁବାଷିନି ପଟ୍ଟନାୟକଙ୍କ ନେତୃତ୍ତ୍ୱରେ ଟ୍ରଷ୍ଟର ସମସ୍ତ ସଦସ୍ଯା ସମେତ ବହୁ ବର୍ଗର ବୁଦ୍ଧିଜୀବି ମାନେ ବ୍ରହ୍ମପୁର କମାପଲ୍ଲି ଟ୍ରାଫିକ ଛକରେ କୋଭିଡ ନିର୍ଦ୍ଦେଶ ମାନି ନୀରବ ପ୍ରତିବାଦ ସଭା ଅନୁଷ୍ଠିତ କରିଥିଲେ। ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ଯ ପୋଲିସ ବ୍ଯବସ୍ଥା ହାତରୁ ତଦନ୍ତ ପ୍ରକ୍ରିୟା ବାହାର କରି ସିବିଆଇ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ତ୍ୱରିତ ବେଗରେ ପ୍ରକିୟା ପାଇଁ ରାଜ୍ଯ ସରକାରୀ ବ୍ଯବସ୍ଥା ପ୍ରଚେଷ୍ଟା କରୁ ବୋଲି ଦାବି ରଖିଛନ୍ତି। ଏହା ସହ ବହୁ ମହିଳା ଓ ଯୁବତୀଙ୍କ ମୃତ୍ଯୁର ରହସ୍ଯ ଉନ୍ମୋଚନ ପାଇଁ ବ୍ଯଗ୍ରତା ପ୍ରକାଶ କରନ୍ତୁ ବୋଲି ମତ ରଖିଛନ୍ତି। ଏଥିରେ ଆଇନଜୀବି ମନୋଜ ପଟ୍ଟନାୟକ, ଆଇନଜୀବି ଅଭୟ ପଣ୍ଡା, ଶରତ ସାହୁ, ରାଜୀବ ମିଶ୍ର, ଅଖିଳଭାରତ ବିଦ୍ଯାର୍ଥି ପରିଷଦର ରାଜ୍ଯ ଉପସଭାପତି ଶିବ ପ୍ରସାଦ ତ୍ରୀପାଠି, ରାଜ୍ଯ କାର୍ଯ୍ଯକାରୀଣି ସଦସ୍ଯ ରଞ୍ଜନ ସାହୁ, ସାମାଜିକ କର୍ମୀ କିରଣ କୁମାର ସାହୁ, ଲଲାଟେନ୍ଦୁ ଚୌଧୁରୀ, ମଧୁସୂଦନ ସାହୁ, ସନ୍ତୋଷ ପାତ୍ର, ସନ୍ତୋଷ ସାହୁ,ସିଦ୍ଧାନ୍ତ ସୁମନ ଦାସ, ଜଗଦୀଶ ପ୍ରଧାନ, ଚନ୍ଦନ କୁମାର ସାହୁ, କମଳ କୁମାର ପାତ୍ର, ମନୋଜ ମହାରଣା, ନାରାୟଣ ସରାବ, ଯେ. ନରେଶ ଆଚାରି. ରବୀନ କୁମାର ସାହୁ ଉପସ୍ଥିତ ଥିଲେ।