ମାଟୁପାଲି ଜଙ୍ଗଲରୁ ମଣିଷ କଙ୍କାଳ ଉଦ୍ଧାର ।

ଉଲୁଣ୍ଡା,୦୮/୧୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ସୋନପୁର ସମ୍ବଳପୁର ରାଜ୍ୟ ରାଜପଥ କଡ଼ ମାଟୁପାଲି ଗାଁ ନିକଟ ଜଙ୍ଗଲରୁ କଲା ପଲିଥିନ ବ୍ୟାଗରେ ଗୁଡା ହୋଇଥିବା ମଣିଷ କଙ୍କାଳ ଜବତ କରିଛି ଉଲୁଣ୍ଡା ପୋଲିସ ।ଏହା ପୁରୁଷ ନ ମହିଳାଙ୍କର କଙ୍କାଳ ଜଣା ପଡିନଥିବା ବେଳେ ଏହା କିଏ ଓ କାହିଁକି ଫୋଫଡ଼ିଛି ତାହା ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଲୁଣ୍ଡା ଆଇଆଇସି ଚନ୍ଦ୍ର ମୋହନ ସିଂ,ଏଏସଆଇ ପ୍ରହଲ୍ଲାଦ ବାରିକ ଏବଂ ଷ୍ଟାଫ ଘଟଣାସ୍ଥଳକୁ ଯାଇ କଳା ପଲିଥିନ ବ୍ୟାଗ ଜବତ କରି ଖୋଲିବା ପରେ ସେଥିରୁ ମଣିଷ କଙ୍କାଳ ବହିରିବାର ଦେଖିବାକୁ ପାଇଥିଲେ ।ତେବେ କେହି ହତ୍ୟା କରିବା ପରେ ପଲିଥିନ ରେ ଭର୍ତ୍ତି କରି ଫିଙ୍ଗି ଦେଇଥିଯିବା ସନ୍ଦେହ କରାଯାଉଛି ।କଙ୍କାଳକୁ ସାଇଣ୍ଟିଫିକ ପରୀକ୍ଷା ପାଇଁ ବୁର୍ଲା ହସ୍ପିଟାଲକୁ ପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି କହିଛନ୍ତି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment