ମାଲକାନଗିରି ବନ କର୍ମଚାରୀଙ୍କ ଦ୍ବାରା ଶାଗୁଆନ ପଟ୍ଟା ଜବତ ।

ମାଲକାନଗିରି,ତା:୨୩/୧୦(ପିପିଟି); ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଆଜି କୋରୁକୋଣ୍ଡା ଅନ୍ତର୍ଗତ ଏମଭି-୫୦ ଗ୍ରାମରେ ଚଢାଉକରି ଶାଗୁଆନ ପଟ୍ଟା ଜବତ କରିଥିବା ବେଳେ ଆସାମୀ ଘଟଣା ସ୍ଥଳରୁ ଅନ୍ତର୍ଧ୍ୟାନ ହୋଇଯାଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଏମଭି-୫୦ ଗ୍ରାମର ମୋତି ହାଲଦାର( ୪୬) ଘରେ ଚଢାଉ କରିଥିଲେ । ମୋତି ହାଲଦାର ଦୀର୍ଘ ଦିନ ହେଲା ବଢେଇ କାର୍ଯ୍ଯ କରି ଆସୁଥିଲେ । ଶାଗୁଆନ,ପିଆଶାଳ କାଠ ପଟ୍ଟାରେ ବିଭିନ୍ନ ଖଟ,ପଲଙ୍କ, ସୋଫାସେଟ୍ ନିର୍ମାଣ କରି ବକ୍ରୟ କରିବା ସହ ମୋଟା ଅଙ୍କର ଆୟ କରିବାରେ ଏହା ଏକ ସହଜ ଲଭ୍ଯ କୌଶଳ ଅବଲମ୍ବନ କରି ଆସୁଥିଲା ମୋତି ହାଲଦାର । ତେବେ ବନକର୍ମଚାରୀମାନେ ତାଙ୍କ ଘରେ ଅତର୍କିତ ଚଢାଉ କରି ୩୦ ହଜାର ଟଙ୍କାର ଶାଗୁଆନ ପଟ୍ଟା ଜବତ କରଥିଲେ । ତେବେ ଆସାମୀ ମୋତି ହାଲଦାର ଜାଣି ପାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ବନ କର୍ମଚାରୀମାନେ କେବଳ କାଠ ପଟ୍ଟା ଜବତ କରଥିଲେ ।ତେବେ ଏହି ଚଢାଉରେ ଫରେଷ୍ଟର ମୋହନ ଗୁଡିଆ,ମୂରଲୀଧର ଅନୁଗୁଳିଆ,ରାଜେଶ କୁମାର ସେଠୀ,ଫରେଷ୍ଟ ଗାର୍ଡ ସୁନିତା ଆଜମିରା,ବାସନ୍ତୀ ମାଡକାମୀ,ସାରୁ କବାସୀ,ଅର୍ଜୁନ ବଟେ,ଫରେଷ୍ଟ ସ୍କୁଆର୍ଡ ଦଳ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment