ୱେବ ସାମ୍ବାଦିକଙ୍କୁ ମିଳିଲା ସରକାରୀ ମାନପତ୍ର ସହ ୨ ହଜାର ଟଙ୍କାର ଚେକ୍ ।

କଣ୍ଟାପଡ଼ା,୧୬/୦୫(ପିପିଟି):କଟକ ଜିଲ୍ଲା ଅନ୍ତର୍ଗତ ୟୁ, ଏନ କଲେଜ୍ ପରିସରରେ କଟକ ପରିବହନ ବିଭାଗ ତରଫରୁ (ରକ୍ଷକ) କାର୍ଯ୍ୟକ୍ରମରେ ୱେବ ଚ୍ୟାନେଲର ସାମ୍ବାଦିକ ନିରଞ୍ଜନ ଭୋଇଙ୍କୁ ଅସହାୟ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ ଓ ରୋଡ଼ ଆସ୍କିଡେଣ୍ଟ ରେ ଲୋକମାନଙ୍କୁ ମେଡିକାଲ୍ ନେବା ବନ୍ୟା ସମୟରେ ଦେବୀ କନ୍ଦଳ ନଦୀରେ ଭାସୁଥିବା ଅଚିହ୍ନା ଶବ ପୋଲିସ ଙ୍କ ସହିତ ଉଦ୍ଧାର କରି ବେଚ୍ଛଦ ନିମନ୍ତେ କଟକ ବଡ ମେଡିକାଲ୍ କୁ ଅଟୋରେ ନେବା ସହଯୋଗ ଦେଉଥିବା ହେତୁ ପରିବହନ ଅଧିକାରୀ ଓ ଓଲୋପୁର ଥାନା ଅଧିକାରିଣୀ ବିଜୟା ସାହୁ ଏବଂ ଗୋବିନ୍ଦପୁର ଥାନା ଅଧିକାରୀ ଅନାମ ଚରଣ ନାୟକ ଉପସ୍ଥିତ ରେ ୟୁ ,ଏନ୍ କଲେଜ୍ ପରିସରରେ ମିଟିଂ ହଲ୍ ରେ କଟକ ପରିବହନ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ନିରଞ୍ଜନ ଭୋଇଙ୍କୁ କଟକ ପରିବହନ ବିଭାଗ ତରଫରୁ ରକ୍ଷକ ସାର୍ଟିଫିକେଟ ଏବଂ ନଗଦ ଦୁଇ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment