ୱାର୍ଡ ଉନ୍ନୟନ କମିଟି ବୈଠକ ।

କୋଦଳା,୨୫/୧୧(ପିପିଟି);କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ବସ୍ତି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହେଉଛି । ଏହି କମିଟିର ମୁଖ୍ଯ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଯଥା ପାନୀୟ ଜଳ, ପରିମଳ, ସଫେଇ, ଆଲୋକୀକରଣ, ଡ୍ରେନେଜ ସମସ୍ୟା, ରାସ୍ତାଘାଟ, ଘର ପଟ୍ଟା, ମ୍ୟୁଟେସନ, ବର୍ଯ୍ଯବସ୍ତୁ ସଂଗ୍ରହ ଠିକ୍ ଠାକ ହେଉଛି କି ନାହିଁ ସେ ସମ୍ପର୍କରେ ଲୋକମାନଙ୍କ ସହିତ ଆଲୋଚନା କରି ତାହାର ସମାଧାନ କରିବା ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ବୁଧବାର ସ୍ବପ୍ନ କୁମାର ସାହୁଙ୍କ ନେତ୍ରୂତ୍ଵ ରେ ୱାର୍ଡ ନଂ ୬ ଏବଂ ରାଜେନ୍ଦ୍ର କୁମାର ସାହୁଙ୍କ ନେତ୍ରୂତ୍ଵ ରେ ୱାର୍ଡ ନଂ ୯ ରେ ଏନ୍ଏସି କର୍ମକର୍ତ୍ତା ,ସ୍ବଚ୍ଛ ସାଥି. ସୁପରଭାଇଜର. କୋଭିଡ ମନିଟର. ମହିଳା ଗ୍ରୁପ ମାଁ. ଉପସ୍ଥିତ ରହି ୱାର୍ଡରେ କଣ ସବୁ ସମସ୍ୟା ଅଛି ବୋଲି ପଚାରିଥିଲେ !ଏହି ସମୟ ରେ ଦସବଖରା ସାହି ବାସିନ୍ଦା ସବୁ ଠିକ୍ ଥିବାବେଳେ କେବେ ବି ଠିକ୍ ରେ ଝାଡୁ ହେଉ ନଥିବା ଅଭିଯୋଗ କରିଥିଲେ । ସଙ୍ଗେ ସଙ୍ଗେ ନିର୍ବାହୀ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ବଚ୍ଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ପହଞ୍ଚି ବର୍ତ୍ତମାନ ଠାରୁ ହିଁ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତ୍ୟେକ ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଯ୍ଯବସ୍ତୁକୁ ଏନ୍ଏସିରୁ ଦିଆଯାଇଥିବା ଅଲଗା ଅଲଗା ଦୁଇ ଡବାରେ ନେଇ ବର୍ଯ୍ଯବସ୍ତୁ ଗାଡିରେ ଦେବା ପାଇଁ ପରାମର୍ଶ ଦେଇଥିଲେ । ତତ ସହିତ ଯଦି କେବେ ବି କୌଣସି ସମସ୍ୟା ଦେଖାଦେଉଛି ତୁରନ୍ତ ଏନ୍ଏସି ରେ ଜଣାଇବାକୁ ଅନୁରୋଧ କରିଛନ୍ତି ।

Comments (0)
Add Comment