୯୫୦କେଜି ଅରଗୁଣା ଛାଲି ଓ ଭ୍ୟାନ ଜବତ: ୩ଗିରଫ ।

୯୫୦କେଜି ଅରଗୁଣା ଛାଲି ଓ ଭ୍ୟାନ ଜବତ: ୩ଗିରଫ ।

ଭଞ୍ଜନଗର, ୧୮/୦୨(ପିପିଟି) : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ବାଇବାଲି ଠାରୁ ନିଧିଆ ପଲି ପୂର୍ତ୍ତ ବିଭାଗ ରାସ୍ତାର ବିଣା ଗାଁ ଠାରେ ଏକ ପିକ୍ଅପ ଭ୍ୟାନରେ ଆରଗୁଣା ଛାଲି ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଏହାକୁ ଜବତ କରାଯାଇଛି।ଆଜି ଭୋର ୫ଟା ସମୟରେ ବନ ବିଭାଗ କର୍ମଚାରୀ ମାନେ ଓଡ଼ି ୦୨ ବିଡ଼ି ୩୧୧୨ ନମ୍ବର ଭ୍ୟାନରେ ଅରଗୁଣା ଛାଲି ଯାଉଥିବା ଖବର ପାଇ ଉକ୍ତ ସ୍ଥାନରେ ଗାଡିଟିକୁ ଅଟକାଇ ଛାନଭିନ୍ କରିଥିଲେ।ଫଳରେ ସେଥିରୁ ୨୭ଟି ବସ୍ତାରୁ ୯୫୦କେଜି ଅରଗୁଣା ଛାଲି ବାହାରି ଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।ଗାଡ଼ି ସହ ଉକ୍ତ ଛାଲିକୁ ମଧ୍ୟ ଜବତ କରାଯାଇଛି।ଏହି ଘଟଣାରେ ସଂପୃକ୍ତ ୩ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ଢମଣ ଭୂଇଁ ଗ୍ରାମର ସୁଶାନ୍ତ କୁମାର ଭୋଳ,ନୟାଗଡ଼ ଜିଲ୍ଲା କରଡ଼ା ପଲିର ଗୋବିନ୍ଦ ବେହେରା ଓ ଏହି ଜିଲ୍ଲା ମଝିଆ ଖଣ୍ଡ ଗ୍ରାମର ସଦାଶିବ ବେହେରାଙ୍କୁ ଆଜି ଭଞ୍ଜନଗର ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଛି ବୋଲି ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment