ହିଞ୍ଜିଳିକାଟୁ,୦୨/୦୪(ପିପିଟି): ହିଞ୍ଜିଳି ଥାନାରେ ଉପ ଆରକ୍ଷୀ ନିରୀକ୍ଷକ ଭାବେ କାର୍ଯ୍ୟରତ ଗୋପାଳକୃଷ୍ଣ ଆଗୁପାତ୍ର ନିଜର ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ଉପ ଆରକ୍ଷୀ ନିରୀକ୍ଷକ ଭାବେ ବିବେଚିତ ହୋଇଛନ୍ତି। ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୦୧ ତାରିଖ ଦିନ ତାଙ୍କୁ ୧,୦୦୦ ଅର୍ଥ ରାଶି ସହ ମାନପତ୍ରରେ ସମ୍ମାନିତ କରାଯାଇଥିଲା । ପୋଲିସ ବିଭାଗରେ ଅଗଷ୍ଟ ୧୨ ତାରିଖ ୧୯୮୮ ମସିହାରେ ଆରକ୍ଷୀ ଭାବେ ଶ୍ରୀପାତ୍ର ନିଯୁକ୍ତି ପାଇଥିଲେ । ଏହାପରେ ନିଜର ଶୃଙ୍ଖଳାଗତ କାର୍ଯ୍ୟ,ସାଧୁତା ଓ ଉପରିସ୍ଥ ଅଫିସରଙ୍କ ବିଶ୍ୱାସଭାଜନ ହେତୁ ୨୪ ମାର୍ଚ୍ଚ ୨୦୦୫ ମସିହାରେ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଏବଂ ୦୯ ମଇ ୨୦୧୪ ମସିହାରେ ଉପ ଆରକ୍ଷୀ ନିରୀକ୍ଷକ ପଦବୀକୁ ପଦୋନ୍ନତି ପାଇବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଥାନାରେ ଉପ ଆରକ୍ଷୀ ନିରୀକ୍ଷକ ଭାବେ କାର୍ଯ୍ୟରତ । ନିଜ କର୍ମମୟ ଜୀବନ ମଧ୍ୟରେ କର୍ତ୍ତବ୍ୟନିଷ୍ଠ , ପାରଦର୍ଶିତା ସହ ୪୧ଗୋଟି ଭଲ କାର୍ଯ୍ୟ ନିମନ୍ତେ, ୨୦ ଗୋଟି ଆର୍ଥିକ ପୁରସ୍କାର ଏବଂ ୩ ଗୋଟି ଉତ୍କର୍ଷ ପାରଦର୍ଶିତା ପାଇଁ ପୁରସ୍କାର ସହ ସର୍ବମୋଟ ସମ୍ମାନ ଜନକ ୬୪ ଗୋଟି ପୁରସ୍କାର ଶ୍ରୀ ପାତ୍ର ପାଇଛନ୍ତି । ଏହିସବୁ ସମ୍ମାନ କର୍ତ୍ତବ୍ୟନିଷ୍ଠ ପରାୟଣ ଓ ସାଧୁତା ପାଇଁ ଏପ୍ରିଲ ୧ ପୋଲିସ ପ୍ରତିଷ୍ଠା ଦିବସରେ ଶ୍ରୀ ଆଗୁପାତ୍ରଙ୍କୁ ଶ୍ରେଷ୍ଠ ଉପ ଆରକ୍ଷୀ ନିରୀକ୍ଷକ ଭାବେ ଜିଲ୍ଲା ସ୍ତରୀୟ ସଭା,ଛତ୍ରପୁର ପୋଲିସ ପଡିଆ ଠାରେ ପୁରସ୍କୃତ କରାଯାଇଥିଲା । ଶ୍ରୀ ପାତ୍ର ପୁରସ୍କୃତ ହେବାପରେ କାର୍ଯ୍ୟରତ ଥାନା ହିଞ୍ଜିଳି ,ବିଭିନ୍ନ ପୂର୍ବ କାର୍ଯ୍ୟରତ କରିଥିବା ଥାନା, ଅଞ୍ଚଳର ସାଥି ଓ ଶୁଭେଚ୍ଛୁଙ୍କ ଠାରୁ ଶୁଭେଚ୍ଛାର ବାର୍ତ୍ତା ତାଙ୍କୁ ଛୁଟିବାରେ ଲାଗିଛି। ବିଶେଷ ଭାବେ ହିଞ୍ଜିଳି ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ନିଜର ସହଯୋଗି ଥାନା କର୍ମଚାରୀ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ। )