୮୪୪ କିଗ୍ରା ଗଞ୍ଜେଇ ଜବତ,୫ ଗିରଫ ।

ମାଲକାନଗିରି,୨୭/୦୪(ପିପିଟି): କାଲିମେଳା ପୁଲିସ ଗତ କାଲି ରାତ୍ରିରେ ୮୪୪ କିଗ୍ରା ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏହି କାର୍ଯ୍ଯରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନାନୁସାରେ, ଗୋଟିଏ ଧଳାରଙ୍ଗର ପିକଅପ ଭ୍ୟାନରେ ପ୍ଳାଇଉଡ ସହିତ ଗଞ୍ଜେଇ ଚୋରା ଚାଲାଣ ସମୟରେ କାଙ୍ଗୁରକୋଣ୍ଡା ଗ୍ରାମ ଛକ ନିକଟରେ ଗ. କାଲି କାଲିମେଳା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉକ୍ତ ପିକ୍ ଅପରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ଗାଡିକୁ ଜବତ କରିବା ସହ ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରି ଶେଷରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ପାଖରୁ ଗୋଟିଏ ବଜାଜ ପଲସର ବାଇକ ମଧ୍ୟ ଜବତ କରିଛି କାଲିମେଳା ପୋଲିସ। ଗିରଫ ୫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ ଜଣ ତେଲେଙ୍ଗାନା ରାଜ୍ୟର ଏବଂ ୨ ଜଣ ଓଡିଶାର ବୋଲି ଜଣାପଡିଛି। ଏମାନଙ୍କ ଠାରୁ ୮୪୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇ ଓଡ଼ିଶାରୁ ପଡୋଶୀ ରାଜ୍ୟ ତେଲେଙ୍ଗାନା, ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ଼ି ଜିଲ୍ଲାର ଆକାଶ ଗାୟକୱ।ଡ଼(୨୮), ଯାଦବ ସଞ୍ଜିପ (୨୧), ରାଥୋଡ ବୀରବଲ (୨୬) ଏବଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପପଲୁର ଗ୍ରାମ ନିକଟସ୍ଥ ଏନଗୁରାଇ ଗ୍ରାମର ପ୍ରଧାନ ଖରା(୨୬), କପାତୁଟି ନିକଟସ୍ଥ ମାଳାଗୁଡା ଗ୍ରାମର ଚିନ୍ନାରାଓ ପାଣ୍ଡରୁ (୫୫) ବୋଲି ଜଣାପଡିଛି ।ଏ ନେଇ କାଲିମେଳା ପୋଲିସ ଏକ ମାମଲା ରୁଜୁ କରି କେସ ନଂ ୧୧୨/୨୨ ପ୍ରକାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନୀୟକ, ମାଲକାନଗିରି)

Comments (0)
Add Comment