୮୩ଟି ଏସଏଚଜି କୁ ବ୍ୟାଙ୍କ ଋଣ ପ୍ରଦାନ।

ପୋଲସରା,୧୦/୦୮(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟିକା ବ୍ୟାଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ୮୩ ଗୋଟି ଏସଏଚଜି ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିଛନ୍ତି।ପୋଲସରା ବିଡିଓ, ସରକାରୀ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ ଓ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ।

Comments (0)
Add Comment