୮୦ ତମ ସ୍ଵାଧୀନତା ଦିବସ ରେ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ର ପୁରସ୍କାର ବିତରଣ ସଭା ।

କୋଦଳା ,୧୫/୦୮(ପିପିପି):ଶନିବାର କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ! ଏହି ଅବସର ରେ ସମସ୍ତ ସ୍ଵେଚ୍ଛାସେବୀ , ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା ୲ ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ ୲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୋଦଳା ଅତିରିକ୍ତ ତହସିଲଦାର ଶ୍ରୀ ରବିନାରାୟଣ ସେଠି ଯୋଗ ଦେଇଥିଲେ ୲ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ, ରାଜସ୍ୱ ସହକାରୀ ସୁଶାନ୍ତ କୁମାର ରାଉତ ଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ସଘନ ସଂଶୋଧନ ସମ୍ପର୍କୀୟ ଆଲୋଚନା ଏବଂ ୮୦ ତମ ସ୍ଵାଧୀନତା ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା ୲ମଞ୍ଚାସୀନ ଅତିଥି ଭାବେ ଷ୍ଟାର୍ଟ ଅପ୍ ପ୍ରୋଗ୍ରାମ ର ନୋଡାଲ ଅଫିସର ଶ୍ରୀମତୀ ରଂଜୁବାଳା ନନ୍ଦ, ଶୈକ୍ଷିକ ଅଧିକାରୀ ଶ୍ରୀ ବିନୋଦ କୁମାର ମିଶ୍ର, ଆକାଉଣ୍ଟ୍ ବରସର ଶ୍ରୀ ସାଗର ଚନ୍ଦ୍ର ପାତ୍ର, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଶ୍ରୀମତୀ ତପସ୍ୱିନୀ କରଣ , ଏନ୍. ସି .ସି. କାର୍ଯକ୍ରମ ତଦାରଖ ଅଧିକାରୀ ଶ୍ରୀ ରତ୍ନାକର ପ୍ରଧାନ, ଜାତୀୟ ସେବା ଯୋଜନା ସଂଯୋଜିକା ଶ୍ରୀମତୀ ସାଗରିକା ଦାଶ, ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ୲କୌଶଳ ଶିକ୍ଷା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ୲ ଅନ୍ତଃନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୲କାର୍ଯ୍ୟକ୍ରମ ଶେଷ ରେ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ୲

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment